ଲକ୍ଷ୍ନୌ: 1992 ବାବ୍ରି ମସଜିଦ ମାମଲାର ଆଗାମୀ ଶୁଣାଣୀ ଭିଡିଓ କନଫରେନ୍ସ ମାଧ୍ୟମରେ ହେବ ବୋଲି ସ୍ବତନ୍ତ୍ର ସିବିଆଇ କୋର୍ଟ ଶୁକ୍ରବାର କହିଛି ।
ଭିଡିଓ କନଫରେନ୍ସରେ ବାବ୍ରି ମସଜିଦର ଶୁଣାଣୀ କରିବ ସିବିଆଇ କୋର୍ଟ - CBI Court To Continue Babri Masjid Trial Via Video Conferencing
ଏପ୍ରିଲ 20 ସୁଦ୍ଧା ଶେଷ ହେବ ବାବ୍ରି ମସଜିଦର ଶୁଣାଣୀ । କିନ୍ତୁ ଲକଡାଉନ ଯୋଗୁଁ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ସେପଟେ ବିଳମ୍ବ ହେଉଥିବା ହେତୁ ଏଣିକି କୋର୍ଟ କାର୍ଯ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ଆରମ୍ଭ କରିବ ବୋଲି କହିଛି ସ୍ବତନ୍ତ୍ର ସିବିଆଇ କୋର୍ଟ ।
ଏହାପୂର୍ବରୁ ସୁପ୍ରିମକୋର୍ଟ ମେ 8 ରେ ସ୍ବତନ୍ତ୍ର କୋର୍ଟକୁ ଅଗଷ୍ଟ 31 ସୁଦ୍ଧା ଏହି ମୁକଦ୍ଦମା ସାରିବାକୁ ନିର୍ଦେଶ ଦେଇଛନ୍ତି । ଏପ୍ରିଲ 20 ସୁଦ୍ଧା ଏହି ସମସ୍ତ ପ୍ରକ୍ରିୟା ସରିବାର ଥିଲା କିନ୍ତୁ ମହାମାରୀ କୋରୋନା ଯୋଗୁଁ କୋର୍ଟ ବନ୍ଦ ହୋଇଯିବା କାରଣରୁ ଏହା ହୋଇପାରିନାହିଁ । ଲକଡାଉନ ଯୋଗୁଁ ଏହାର ଶୁଣାଣୀରେ ବିଳମ୍ବ ହୋଇଥିବା କୋର୍ଟ କହିଛି ।
ଏହି ମାମଲାରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ଏମଏମ ଜୋଶୀ, ଉମା ଭାରତୀ, ଭିଏଚପି ନେତା ଚମ୍ପତ ରାୟ ବଂଶଲ ପ୍ରମୁଖ ସାମିଲ ଅଛନ୍ତି । ସିବିଆଇ ଦାଖଲ କରିଥିବା ସମସ୍ତ ସାକ୍ଷୀ ଓ ପ୍ରମାଣ କୋର୍ଟ ରେକର୍ଡ କରିଛି । ବର୍ତ୍ତମାନ ଅଭିଯୋଗକାରୀଙ୍କ ବିରୋଧରେ କେଉଁ ପ୍ରମାଣ ଉପସ୍ଥିତ ହୋଇଛି ତାହା ଆଗାମୀ ପ୍ରକ୍ରିୟାରେ ଜଣାପଡିବ । ଆସନ୍ତା 18 ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ।