ଓଡିଶା

odisha

ବାବ୍ରି ମସଜିଦ ଧ୍ବଂସ ମାମଲା: ରାୟ ଅବଧି ସେପ୍ଟେମ୍ବର 30କୁ ବୃଦ୍ଧି

By

Published : Aug 22, 2020, 7:20 PM IST

ଅଯୋଧ୍ୟାର ବାବ୍ରି ମସଜିଦ ଧ୍ବଂସ ମାମଲାର ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଲକ୍ଷ୍ନୌର ସିବିଆଇ ଟ୍ରାଏଲ କୋର୍ଟକୁ ଏକ ମାସ ସମୟ ଦେଇଛନ୍ତି ।

ବାବ୍ରି ମସଜିଦ ବିଧ୍ବଂଶ ମାମଲା: ରାୟ ଅବଧି ସେପ୍ଟେମ୍ବର 30କୁ  ବୃଦ୍ଧି
ବାବ୍ରି ମସଜିଦ ବିଧ୍ବଂଶ ମାମଲା: ରାୟ ଅବଧି ସେପ୍ଟେମ୍ବର 30କୁ ବୃଦ୍ଧି

ନୂଆଦିଲ୍ଲୀ: ଅଯୋଧ୍ୟାର ବାବ୍ରି ମସଜିଦ ଧ୍ବଂସ ମାମଲାର ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଲକ୍ଷ୍ନୌର ସିବିଆଇ ଟ୍ରାଏଲ କୋର୍ଟକୁ ଏକ ମାସ ସମୟ ଦେଇଛନ୍ତି । ସୁପ୍ରିମକୋର୍ଟ ଏହି ରାୟ ପ୍ରକାଶ ପାଇଁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ସମୟ ବୃଦ୍ଧି କରିଛନ୍ତି ।

ତେବେ ଏହି ମାମଲାର ଶୁଣାଣି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସୂଚିତ କରିବା ପରେ ଜଷ୍ଟିସ୍ ଆରଏଫ୍ ନରିମାନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ରାୟ ପ୍ରକାଶ କରିବାକୁ ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି । ଏହାପୂର୍ବରୁ ସୁପ୍ରିମକୋର୍ଟ 31 ଅଗଷ୍ଟ ସୁଦ୍ଧା ଏହି ମାମଲାର ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୋରୋନା ଏବଂ ଲକଡାଉନ ଯୋଗୁଁ ମାମଲାର ଶୁଣାଣି ଶେଷ କରିବାରେ ବିଳମ୍ବ ହୋଇଥିଲା ଏବଂ ଅଧିକ ସମୟ ଆବଶ୍ୟକ ପଡିଥିଲା ।

1992 ମସିହା ଡିସେମ୍ବର 6 ତାରିଖରେ ଅଯୋଧ୍ୟାରେ 'କରସେବକଙ୍କ' ଦ୍ୱାରା ଏହି ମସଜିଦ ଭାଙ୍ଗି ଦିଆଯାଇଥିଲା । ପୂର୍ବରୁ ମସଜିଦ ସ୍ଥାନରେ ରାମଙ୍କ ଏକ ପ୍ରାଚୀନ ମନ୍ଦିର ଥିଲା ବୋଲି ସେମାନେ ଦାବି କରିଥିଲେ । ଏହାପରେ ସେମାନେ ମସଜିଦ ଭାଙ୍ଗି ଦେଇଥିଲେ । ତେବେ ମସଜିଦ ଭାଙ୍ଗିବା ଷଡଯନ୍ତ୍ରରେ ଆଡଭାନୀ, ଯୋଶୀ ଏବଂ ଅନ୍ୟମାନେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

ABOUT THE AUTHOR

...view details