ଲକ୍ଷ୍ନୌ: ଇଞ୍ଜିନିୟର ବାବୁଙ୍କ କଳା କାରନାମା । ଯୌନ ନିର୍ଯାତନା ଓ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ବିକ୍ରି ଅଭିଯୋଗରେ ବନ୍ଧା ହେଲେ ଇଞ୍ଜିନିୟର । ଉତ୍ତରପ୍ରଦେଶରେ ଜଳସେଚନ ବିଭାଗର ଜଣେ ଜୁନିୟର ଇଞ୍ଜିନିୟରଙ୍କ ଏଭଳି ଘୃଣ୍ୟ କାର୍ଯ୍ୟ ପଦାରେ ପଡିଛି । ସଂପୃକ୍ତ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି । ଅଭିଯୁକ୍ତ ଜଣକ ଚିତ୍ରକୋଟ ଅଞ୍ଚଳର ବାସିନ୍ଦା ରାମ ଭବନ । ତେବେ ଗତ 10 ବର୍ଷ ମଧ୍ୟରେ 5 ରୁ 16 ବର୍ଷ ବୟସର ପ୍ରାୟ 50 ପିଲା ଏହି ଯୌନ ଶୋଷଣର ଶିକାର ହୋଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଥିବା ନେଇ ମଙ୍ଗଳବାର ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ସିବିଆଇର ଜେରା ସମୟରେ ଅଭିଯୁକ୍ତ ଇଞ୍ଜିନିୟର ନିଜର ଘୃଣ୍ୟ କାର୍ଯ୍ୟକଳାପ କଳା ତାଲିକାର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଛି । ଅଭିଯୁକ୍ତଟି ଗରିବ ପିଲାମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜର ଶିକାର କରୁଥିଲା । ଏହି ପିଲାମାନେ ସାଧାରଣତଃ ଉତ୍ତରପ୍ରଦେଶର ଚିତ୍ରାକୋଟା, ବୃନ୍ଦା ଏବଂ ହମିରପରୁ ଅଞ୍ଚଳର ଅଟନ୍ତି । ସେ ତାଙ୍କୁ ଯୌନ ନିର୍ଯ୍ୟାତନା ଦେବା ସହିତ ଏହି ପାଶବିକତା କାର୍ଯ୍ୟ ସମୟର ଭିଡିଓ ଉତ୍ତୋଳନ କରୁଥିଲା । ବିଭିନ୍ନ ସୋସିଆଲ ମିଡିଆ ଏବଂ ନାନା ଡାର୍କ ଓ୍ବେବ ସାଇଟରେ ସେ ଏହି ଭିଡିଓକୁ ପ୍ରକାଶିତ କରିବା ସହିତ ଦେଶ ତଥା ବିଦେଶରେ ବିକ୍ରି କରୁଥିଲା । ତେବେ ଏହି ଘଟଣାରେ ବଣ୍ଡା, ଚିତ୍ରୋକୋଟ ଏବଂ ଏହାର ପାଖାପାଖି ଅଞ୍ଚଳର ଅନ୍ୟ କିଛି ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ସାମ୍ନାକୁ ଆସିଛି ।