ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ତାଙ୍କ ବିରୋଧରେ ଚାର୍ଜସିଟ୍ ଦଖଲ କରିବାକୁ କେନ୍ଦ୍ର ସରକାର ସିବିଆଇକୁ ଅନୁମତି ଦେଇଥିବା ଜଣାପଡିଛି। ତେବେ ସିବିଆଇ ଖୁବଶୀଘ୍ର ଏହି ଦିଗରେ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି ।
ପି.ଚିଦାମ୍ବରମଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ସିବିଆଇକୁ ମିଳିଲା ଅନୁମତି - ପି.ଚିଦାମ୍ବରମ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ତାଙ୍କ ବିରୋଧରେ ଚାର୍ଜସିଟ୍ ଦଖଲ କରିବାକୁ କେନ୍ଦ୍ର ସରକାର ସିବିଆଇକୁ ଅନୁମତି ଦେଇଥିବା ଜଣାପଡିଛି। ତେବେ ସିବିଆଇ ଖୁବଶୀଘ୍ର ଏହି ଦିଗରେ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି ।
ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
2007 ମସିହାରେ ନିଜ କାର୍ଯ୍ୟକାଳ ସମୟରେ ଚିଦାମ୍ବରମ୍ ନିୟମର ଉଲଂଘନ କରି ଆଇଏନଏକ୍ସ ମିଡିଆ କମ୍ପାନୀକୁ 305 କୋଟି ଟଙ୍କାର ବିଦେଶୀ ପୁଞ୍ଜୀ ନିବେଶ ପାଇଁ ମଞ୍ଜୁରୀ ଦେଇଥିବା ଏବଂ ବଦଳରେ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଗତ କିଛିମାସ ହେବ ଇଡି ପି.ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କୁ ଲଗାତାର ଜେରା କରିଥିଲା। ଅନ୍ୟପକ୍ଷରେ ଚିଦାମ୍ବରମ୍ ଏହି ଆରୋପକୁ ଖଣ୍ଡନ କରି ଆସୁଛନ୍ତି ।