ଓଡିଶା

odisha

ETV Bharat / bharat

ହାଥରସ ଗଣଦୁଷ୍କର୍ମ ଘଟଣା: ପିଡିତା ପରିବାରକୁ ପଚରାଉଚରା କରୁଛି ସିବିଆଇ - ହାଥରସ ଦୁଷ୍କର୍ମ ଘଟଣା

ହାଥରସ ଗଣଦୁଷ୍କର୍ମ ଘଟଣାରେ ଶନିବାର ସିବିଆଇ  ଟିମ ପିଡିତା ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରୁଛନ୍ତି । ଅଧିକ ପଢନ୍ତୁ

ପିଡିତାଙ୍କ ପରିବାରକୁ ପଚରାଉଚରା କରୁଛି ସିବିଆଇ
ପିଡିତାଙ୍କ ପରିବାରକୁ ପଚରାଉଚରା କରୁଛି ସିବିଆଇ

By

Published : Oct 17, 2020, 2:50 PM IST

ଲକ୍ଷ୍ନୌ: ଶନିବାର ପୁଣି ସିବିଆଇ ଟିମ୍ ହାଥରସ ପୀଡିତାଙ୍କ ଘରେ ପହଞ୍ଚିଛି। ସିବିଆଇ ଟିମ ପିଡିତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରୁଛନ୍ତି ।

ସୂଚନା ଅନୁଯାୟୀ, ହାଥରସ ଘଟଣାର ତଦନ୍ତ କରୁଥିବା ସିବିଆଇ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । କାରଣ ବର୍ତ୍ତମାନ ସୁଦ୍ଧା ସିବିଆଇ କେବଳ ଅଭିଯୁକ୍ତ ଏବଂ ପୀଡିତା ସମର୍ଥକଙ୍କ ବୟାନ ରେକର୍ଡ କରୁଥିଲା। କିନ୍ତୁ ଆଜି(ଶନିବାର) ସିବିଆଇ ଟିମ୍ ପୀଡିତାଙ୍କ ପରିବାରକୁ ପଚରାଉଚରା କରୁଛି ।

ଏହାପୂର୍ବରୁ ଶୁକ୍ରବାର ସିବିଆଇ ଫାର୍ମର ମାଲିକ ବିକ୍ରାନ୍ତଙ୍କୁ ପଚରାଉଚରା କରି ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ। ଯେଉଁଥିରେ ବିକ୍ରାନ୍ତ କହିଥିଲେ ଯେ, ଘଟଣା ଦିନ ଚିତ୍କାରର ଶବ୍ଦ ଶୁଣି ସେ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ ପୀଡ଼ିତା ଜଣକ ତଳେ ପଡ଼ିଛନ୍ତି । ଏଥିସହ ତାଙ୍କ ଭାଇ ଏବଂ ମା ସେଠାରେ ଛିଡ଼ା ହୋଇଥିଲେ । ଏହାପରେ ଯେତେବେଳେ ବିକ୍ରାନ୍ତ ସେ ତାଙ୍କ ପାଖରେ କାମ କରୁଥିବା ଲବକୁଶ ଏବଂ ତାଙ୍କ ମାଙ୍କୁ ଡାକି ଘଟଣାସ୍ଥଲକୁ ନେବାବେଳେ ସେଠାରେ ପିଡିତାଙ୍କ ଭାଇ ଫେରାର ଥିଲେ ।

ଫାର୍ମ ମାଲିକଙ୍କ ଏହି ବୟାନ ପିଡିତାଙ୍କ ପରିବାର ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ ଏହି ବିବୃତ୍ତିକୁ ଆଧାର କରି ସିବିଆଇ ଆଜି ପୀଡିତାଙ୍କ ପରିବାରକୁ ପ୍ରଶ୍ନ କରିବେ ।

ABOUT THE AUTHOR

...view details