ଓଡିଶା

odisha

ETV Bharat / bharat

ସୁଶାନ୍ତ ସିଂଙ୍କ ଡ୍ରଗ୍ସ ମାମଲାରେ ସିବିଡି ତେଲର ଉଲ୍ଲେଖ, ଜାଣନ୍ତୁ ଏହା ବିଷୟରେ... - ସିବିଡି ତେଲ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଅନୁସନ୍ଧାନରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ଜୟା ସାହାଙ୍କ ମଧ୍ୟରେ ହ୍ବାଟସ୍ ଆପ୍ ଚାଟ୍ ଭାଇରାଲ ହୋଇଥିଲା । ଏହି ଚାଟରେ ସିବିଡି ତେଲ ବିଷୟରେ ଉଲ୍ଲେଖ କରାଯାଇଥିଲା । NCB ସିବିଡି ତେଲର ଉଲ୍ଲେଖ ବିଷୟରେ ପ୍ରକାଶ କରିଥିଲା ।

 ସିବିଡି ତେଲର ଉଲ୍ଲେଖ
ସିବିଡି ତେଲର ଉଲ୍ଲେଖ

By

Published : Sep 26, 2020, 3:55 PM IST

ହାଇଦ୍ରାବାଦ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଅନୁସନ୍ଧାନରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ଜୟା ସାହାଙ୍କ ମଧ୍ୟରେ ହ୍ବାଟସ୍ ଆପ୍ ଚାଟ୍ ଭାଇରାଲ ହୋଇଥିଲା । ଏହି ଚାଟରେ ସିବିଡି ତେଲ ବିଷୟରେ ଉଲ୍ଲେଖ କରାଯାଇଥିଲା । NCB ସିବିଡି ତେଲର ଉଲ୍ଲେଖ ବିଷୟରେ ପ୍ରକାଶ କରିଥିଲା । ସିବିଡି ତେଲ କଣ ସେହି ବିଷୟରେ ଲୋକ ଜାଣିବା ନିହାତି ଆବଶ୍ୟକ । କାରଣ ଏହା ଅନଲାଇନରେ ସହଜରେ ଉପଲବ୍ଧ । ଏହା ବାହାରେ ଉପଲବ୍ଧ ନୁହେଁ କାରଣ ଏହା ଆଇନଗତ ସମସ୍ୟାର ଏକ କାରଣ ।

ଗଞ୍ଜେଇ ତିନୋଟି ଉଦ୍ଭିଦର ଏକ ଗୋଷ୍ଠୀକୁ ବୁଝାଏ । ଯଥା, କାନାବିସ୍ ସାଟିଭା, କାନାବିସ୍ ଇଣ୍ଡିକା ଏବଂ କାନାବିସ୍ ରୁଡେରାଲିସ୍ । ଏହାର ମନୋବୈଜ୍ଞାନିକ ଗୁଣ ରହିଛି । ଯେତେବେଳେ ଏହି ଉଦ୍ଭିଦଗୁଡିକର ଫୁଲ ଅମଳ ହୁଏ ଓ ଏହାକୁ ଶୁଖାଯାଏ ସେତେବେଳେ ଆମେ ଦୁନିଆର ସବୁଠାରୁ ସାଧାରଣ ଡ୍ରଗ୍ସ ପାଇଥାଉ । କେତେକ ଏହାକୁ ଭାଙ୍ଗ କୁହନ୍ତି ତ କେତେକ ଏହାକୁ ଗଞ୍ଜେଇ ।

ଗଞ୍ଜେଇ ଉପାଦାନ-

ଗଞ୍ଜେଇ 120ରୁ ଅଧିକ ଉପାଦାନରେ ଗଠିତ । ଯାହା କାନନାବିନୋଏଡ୍ସ ଭାବରେ ଜଣାଶୁଣା । 120 ମଧ୍ୟରୁ ଦୁଇଟି ବିଷୟରେ ସମସ୍ତଙ୍କୁ ଜଣା, ଗୋଟିଏ ହେଲା କାନନାବିଡିଓଲ୍ (ସିବିଡି) ଏବଂ ଟେଟ୍ରାହାଇଡ୍ରୋକାନାବିନୋଲ୍ (THC) ଭାବରେ ଜଣାଶୁଣା ।

CBD- କାନନାବିଡିଓଲ୍ ହେଉଛି ସାଇକୋଆକ୍ଟିଭ୍ କାନନାବିନୋଏଡ୍ସ । ଏହା ପ୍ରାୟତଃ ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରେ । ଏହା ବାନ୍ତି, ମାଇଗ୍ରେନ୍, ଚିନ୍ତାର କାରଣ ହୋଇଥାଏ । ସିବିଡିକୁ ନିୟନ୍ତ୍ରଣ କରିବା ପାଇଁ କେବଳ ଗୋଟିଏ ମାତ୍ର ଔଷଧ ହେଲା Epidiolex ।

THC- ଟେଟ୍ରାହାଇଡ୍ରୋକାନାବିନୋଲ୍ ଏହା ଗଞ୍ଜେଇର ମୁଖ୍ୟ ସାଇକୋଆକ୍ଟିଭ୍ ଯୌଗିକ । ଟିଏଚସିରେ ସାଇକୋଆକ୍ଟିଭର ପରିମାଣ ଅଧିକ ।

ଜେଲ୍ ଯିବାର ରହିଛି ଅନେକ ସମ୍ଭାବନା-

CBD ଉତ୍ପାଦ ଆମ ଦେଶରେ କିଣିବା ଏବଂ ବ୍ୟବହାର କରିବା ଆଇନଗତ ଅଟେ । ତଥାପି ଯେ କୌଣସି ସାମଗ୍ରୀର THCର ମାତ୍ରା 0.3 ପ୍ରତିଶତରୁ ଅଧିକ ରହିଲେ NDPS ଅଧିନିୟମ ଅନୁଯାୟୀ ବେଆଇନ ହୋଇଯିବ । ଅନଲାଇନରେ ବିକ୍ରି ହେଉଥିବା ଅନେକ ଉତ୍ପାଦରେ କଣ ସାମଗ୍ରୀ ବ୍ୟବହାର ହୋଇଛି, ସେ ନେଇ ମୁଖ୍ୟତଃ ଉଲ୍ଲେଖ ନଥାଏ ।

ସିବିଡି ତେଲ କଣ -

ଗଞ୍ଜେଇ ଗଛରୁ ସିବିଡି ଅଲଗା କରି ସିବିଡି ତେଲ ପ୍ରସ୍ତୁତ କରାଯାଏ । ଏହାପରେ ଏହାକୁ ନଡିଆ ତେଲରେ ମିଶାଇ ଦିଆଯାଇଥାଏ । ଭଳି କ୍ୟାରିଅର ତେଲ ସହିତ ମିଶାଇ ଦିଆଯାଏ । ସ୍ବାସ୍ଥ୍ୟ ଏବଂ ସୁସ୍ଥତା ଜଗତରେ ଏହା ବୃଦ୍ଧି ପାଇବାରେ ଲାଗିଛି । କେତେକ ବୈଜ୍ଞାନିକ ଅଧ୍ୟୟନ ପ୍ରମାଣିତ କରେ ଯେ ଏହା କ୍ରୋନିକ୍ ଯନ୍ତ୍ରଣା ଏବଂ ଚିନ୍ତା ପରି ରୋଗର ଲକ୍ଷଣକୁ ସହଜ କରିପାରେ ।

CBD ତେଲର ସ୍ବାସ୍ଥ୍ୟ ଉପକାରିତା-

  • ଏହା ମଧ୍ୟରେ ଯନ୍ତ୍ରଣା ଉପଶମର କ୍ଷମତା ରହିଛି । endocannabinoid system ରହିଛି, ଯାହା ନିଦ୍ରା, ଯନ୍ତ୍ରଣା, ପାଚକ ପ୍ରକ୍ରିୟା ଆଦିକୁ ସହଜ କରିଥାଏ ।
  • CBD ତେଲ ଉଭୟ ଉଦାସୀନତା ଏବଂ ଚିନ୍ତାର ଚିକିତ୍ସା କରିପାରେ ।
  • କେମୋଥେରାପି ଦ୍ବାରା ହେଉଥିବା ବାନ୍ତିକଫ ହ୍ରାସ କରିଥାଏ । କର୍କଟ ରୋଗୀଙ୍କ ପାଇଁ ସବୁଠାରୁ ସାଧାରଣ କେମୋଥେରାପି ସମ୍ବନ୍ଧୀୟ ପାର୍ଶ୍ବ ପ୍ରତିକ୍ରିୟାକୁ ଉପଶମ ଦେଇଥାଏ ।
  • ବ୍ରଣ ଏକ ସାଧାରଣ ଚର୍ମ ଅବସ୍ଥା ଯାହା 9 ପ୍ରତିଶତରୁ ଅଧିକ ଜନସଂଖ୍ୟାକୁ ପ୍ରଭାବିତ କରିଥାଏ । ବୈଜ୍ଞାନିକ ଅଧ୍ୟୟନ ଉପରେ ଆଧାର କରି ଜଣାଯାଇଛି ଯେ, ସିବିଡି ତେଲ ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ବ୍ରଣର ଚିକିତ୍ସା କରିବାରେ ସଫଳ ହୋଇଥାଏ ।
  • ଉଚ୍ଚ ରକ୍ତଚାପ ହ୍ରାସ କରିବାର କ୍ଷମତା ସହିତ ହୃଦୟ ଏବଂ ରକ୍ତ ସଞ୍ଚାଳନ ପ୍ରଣାଳୀ ପାଇଁ ଅନେକ ଲାଭ ଦେଇଥାଏ ।

ସିବିଡି ତେଲର ପାର୍ଶ୍ବ ପ୍ରତିକ୍ରିୟା-

ଏକ ଅଧ୍ୟୟନ ଅନୁସାରେ ବିଭିନ୍ନ ପାର୍ଶ୍ବ ପ୍ରତିକ୍ରିୟା ରହିଛି । ଯେପରିକି, ଡାଏରିଆ, ଭୋକ ହେବା, ଓଜନରେ ପରିବର୍ତ୍ତନ କିମ୍ବା ଥକ୍କା ଲାଗିବା । ନିକଟରେ ମୂଷାଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ସିବିଡି ଯକୃତକୁ ବିଷାକ୍ତ କରିବାରେ ସମ୍ଭାବନା ରହିଛି ।

ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ରିପୋର୍ଟ-

ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ପଦାର୍ଥ ଅପବ୍ୟବହାର ଉପରେ 2019 ଅଧ୍ୟୟନରୁ ଜଣାପଡିଛି ଯେ 2.8 ପ୍ରତିଶତ ଭାରତୀୟ ଗଞ୍ଜେଇ ଖାଉଛନ୍ତି। ଏହା ପ୍ରାୟ 3 କୋଟି ଭାରତୀୟଙ୍କ ନିକଟରେ ପହଞ୍ଚିଛି । ଦିଲ୍ଲୀ ଏବଂ ମୁମ୍ବାଇ ଦୁନିଆର ସର୍ବାଧିକ ଗଞ୍ଜେଇ ଖାଉଥିବା ସହର ମଧ୍ୟରେ ରହିଛି। 1985 ରେ ଭାରତରେ ଗଞ୍ଜେଇ ଆଇନଗତ ଥିଲା । ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ, 1985 ଅନୁଯାୟୀ ଏହାକୁ ନିଷିଦ୍ଧ କରାଯାଇଥିଲା। ପ୍ରାୟ 0.66 ପ୍ରତିଶତ ଭାରତୀୟ ସେମାନଙ୍କର ଗଞ୍ଜେଇ ବ୍ୟବହାର ସମସ୍ୟା ପାଇଁ ସାହାଯ୍ୟ ଆବଶ୍ୟକ କରନ୍ତି । ସର୍ବାଧିକ ଗଞ୍ଜେଇ ବ୍ୟବହାର ରାଜ୍ୟ ହେଉଛି ଉତ୍ତରପ୍ରଦେଶ, ପଞ୍ଜାବ, ସିକ୍କିମ, ଛତିଶଗଡ ଏବଂ ଦିଲ୍ଲୀ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details