ଓଡିଶା

odisha

ETV Bharat / bharat

ବିଲେଇ କୋରୋନା ଭାଇରସ ବାହକ ନୁହେଁ: ମେନକା ଗାନ୍ଧୀ - covid-19

ବିଲେଇଙ୍କ ଦ୍ବାରା କୋରୋନା ବ୍ୟାପୁନଥିବା କହିଛନ୍ତି ବିଜେପି ସାଂସଦ ମେନକା ଗାନ୍ଧୀ । ବିଲେଇ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଏକ ଭିଡିଓ ଜାରି କରି କହିଛନ୍ତି ବିଜେପି ନେତ୍ରୀ ।

coronavirus
ବିଲେଇ କୋରୋନା ଭାଇରସ ବାହକ ହୋଇପାରିବେ ନାହିଁ

By

Published : Apr 8, 2020, 10:54 AM IST

ନୂଆଦିଲ୍ଲୀ: ବିଲେଇଙ୍କ ଦ୍ବାରା କୋରୋନା ବ୍ୟାପୁନଥିବା କହିଛନ୍ତି ବିଜେପି ସାଂସଦ ମେନେକା ଗାନ୍ଧୀ । ବିଲେଇ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଏକ ଭିଡିଓ ଜାରି କରି କହିଛନ୍ତି ସେ ।

ବିଲେଇମାନେ କୋରୋନା ଭାଇରସ ସଂକ୍ରମଣ କରିପାରିବେ ନାହିଁ । କିଛି ବାଘ ଏ ରୋଗ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ମାତ୍ର ମନେରଖନ୍ତୁ, ବିଲେଇ ବାଘ ନୁହେଁ । ବିଲେଇ ସହ ବାଘର କୌଣସି ସମ୍ପର୍କ ନାହିଁ । ଆପଣଙ୍କ ଘରେ ବିଲେଇମାନେ ରହିବା ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ମେନକା ଗାନ୍ଧୀ ଏକ ଭିଡିଓ କରି କହିଛନ୍ତି ।

ଆମେରିକାର ପ୍ରାଣୀ ଉଦ୍ୟାନରେ ଥିବା ଏକ ବାଘ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହା ପରେ COVID-19 ର ପ୍ରସାର ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ (CZA), ଦେଶର ସମସ୍ତ ପ୍ରାଣୀ ଉଦ୍ୟାନ ଉପରେ ନଜର ରଖିବାକୁ କହିଥିଲେ।

ଆମେରିକାର କୃଷି ବିଭାଗର ଜାତୀୟ ପ୍ରାଣୀ ଚିକିତ୍ସା ସେବା ଲାବ୍ରୋଟାରୀ ଅନୁଯାୟୀ, ସୋମବାର ଦିନ ନ୍ୟୁୟର୍କର ବ୍ରୋନ୍ସ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ଏକ ବାଘ କୋରୋନା ଭାଇରସରେ ପଜିଟିଭ୍ ଚିହ୍ନଟ ହୋଇଛି ।

@ANI

ABOUT THE AUTHOR

...view details