ହାଇଦ୍ରାବାଦ: କେବଳ ଶସ୍ୟ କିମ୍ବା ପନିପରିବା ନୁହେଁ ଏବେ ମାଛ ଚାଷ ମଧ୍ୟ ରୋଜଗାରର ବଡ ଉତ୍ସ ପାଲଟିଛି । ଭଲ ଉତ୍ପାଦନ ସହ ଦେଶର ଅଭିବୃଦ୍ଧି ଦରରେ ବି ଏହାର ଯୋଗଦାନ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ସରକାର ଚାଷୀଙ୍କୁ ବିଭିନ୍ନ ପ୍ରକାର ସୁଯୋଗ ଦେଉଛନ୍ତି । ଯାହାକୁ ପ୍ରୟୋଗ କରି ଚାଷୀ ଭଲ ଦି’ ପଇସା ଲାଭ ସାଙ୍ଗକୁ ଆତ୍ମନିର୍ଭରଶୀଳ ହୋଇପାରିବେ ।
ଭାରତୀୟ ଆକ୍ବାକଲଚର ଗତ କିଛି ଦଶନ୍ଧି ଧରି ବେଶ ପ୍ରଗତି କରୁଛି । ଦେଶରେ ମଧୁର ଜଳରେ ମତ୍ସ୍ୟଚାଷ ରାଜରାସ୍ତା ନିର୍ମାଣ ପୂର୍ବରୁ ହିଁ ଆରମ୍ଭ ହୋଇଥିଲା । ଚାଷୀ, ଉଦ୍ୟୋଗପତୀ ଓ ସରକାରୀ ପ୍ରୋତ୍ସାହନ ସହିତ ବୈଜ୍ଞାନିକଙ୍କ ଯୋଗଦାନ ଏହାକୁ ପ୍ରଗତି ପଥରେ ଆଗକୁ ବଢାଇଥିଲା । ଆନ୍ଧ୍ରପ୍ରଦେଶର କୋଲେରୁ ନଦୀ ଦେଶର ସବୁଠୁ ବଡ ମଧୁର ଜଳର ମତ୍ସପାଳନ କେନ୍ଦ୍ର ଅଟେ ।
ଆକ୍ବାକଲଚର ଏକମାତ୍ର ଉଦ୍ୟୋଗ ଅଟେ ଯାହା କୃଷି ଓ ତା' ସହ ସମ୍ବନ୍ଧିତ ଉଦ୍ୟୋଗ ତୁଳନାରେ ପ୍ରତି ହେକ୍ଟର ପିଛା 25 ଜଣଙ୍କୁ ରୋଜଗାର ଦେଇଥାଏ । ଦିନକୁ ଦିନ ଏହି ଚାଷ ବେଶ ଲାଭ ଦାୟକ ହେବାରେ ଲାଗିଛି । କିନ୍ତୁ ଏହାର ପାରିଶ୍ରମିକର ଅଭାବ ସହ ବହୁ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଏହାର ସମୁଦାୟ ଉତ୍ପାଦନର 10 ପ୍ରତିଶତ କ୍ଷତି ସହିବାକୁ ପଡୁଛି ।
ମାଛ ଓ ଚିଙ୍ଗୁଡି ଚାଷରେ ଯାଆଁଳର କ୍ବାଲିଟି ଭଲ ହେବା ଦରକାର । ତେବେ ମାଛ ମଞ୍ଜିର ବିକାଶ ପାଇଁ ଅନେକ ମାର୍ଗ ଓ ବିକଳ୍ପ କରାଯାଇଛି । ତେବେ ମତ୍ସ୍ୟ ବିଭାଗର ମାର୍ଗଦର୍ଶନ ପାଇଁ ତେନାଲୀ, ଗୁଣ୍ଟୁର ଜିଲ୍ଲାରେ ଏକ ମାଛ ଉତ୍ସାଦନ କେନ୍ଦ୍ର ଖୋଲାଯାଇଥିଲା ଏହି କେନ୍ଦ୍ରରେ ଲାଭ ଉତ୍ପାଜନ ସହିତ କର୍ମଚାରୀଙ୍କୁ ଦରମା ମଧ୍ୟ ଦିଆଯାଉଥିଲା । ଏହି କେନ୍ଦ୍ରର ବ୍ୟବସାୟ ପଶ୍ଚିମବଙ୍ଗର ଘରୋଇ ସଂସ୍ଥା ଠାରୁ ମଧ୍ୟ ଅଧିକ ହୋଇଥିଲା ।
ତୁଙ୍ଗଭଦ୍ରା କେନ୍ଦ୍ରରୁ 40 ଲକ୍ଷ ଟଙ୍କା ରୋଜଗାର କରୁଛି କର୍ଣ୍ଣାଟକ ସରକାର
କର୍ଣ୍ଣାଟକରେ ଥିବା ତୁଙ୍ଗଭଦ୍ରା ନଦୀରେ ମତ୍ସା ପାଳନ କେନ୍ଦ୍ରରେ କର୍ଣ୍ଣାଟକ ସରକାର ଓ ମତ୍ସ୍ୟ ବିଭାଗ ଦ୍ବାରା ମିଳିତ ଭାବେ କ୍ବାଲିଟି ଯୁକ୍ତ ଯାଆଁଳାର ଉତ୍ପାଦନ କରାଯାଉଛି । ତେବେ କର୍ଣ୍ଣାଟକ କେନ୍ଦ୍ରରେ ଏକ ଲକ୍ଷ ଅଣ୍ଡାର ମୂଲ୍ୟ 1 ହଜାର ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ଏହାର ମୂଲ୍ୟ 200 ଟଙ୍କା ରହିଛି । ରାଜ୍ୟ ସରକାରଙ୍କୁ ଏକୁଟିଆ ତୁଙ୍ଗଭଦ୍ରା କେନ୍ଦ୍ରରୁ 40 ଲକ୍ଷ ଟଙ୍କା ଆଦାୟ କରୁଛନ୍ତି ।
ପଶ୍ଚିମବଙ୍ଗ-ଆନ୍ଧ୍ରରେ 40-80 ପ୍ରତିଶତ ହେଉଛି ମାଛ ଉତ୍ପାଦନ
ବର୍ତ୍ତମାନ ସମୟରେ ମାଛର ଉତ୍ପାଦନ 2ଟି ସ୍ଥାନରେ ଅଧିକ ହେଉଛି । ଗୋଟିଏ ପଶ୍ଚିମବଙ୍ଗର ଗଙ୍ଗା ବେସିନ ଓ ଅନ୍ୟଟି ଆନ୍ଧ୍ରପ୍ରଦେଶର କୋଲେରୁର କୃଷ୍ଣା-ଗୋଦାବରୀ ବେସିନରେ । ଏହି ଦୁଇଟି ସ୍ଥାନରୁ 40-80 ପ୍ରତିଶତ ଉତ୍ପାଦନ ଅନ୍ୟ ରାଜ୍ୟକୁ ରପ୍ତାନି କରାଯାଉଛି । ଆଞ୍ଚଳିକ ବା ବହୁଳ ଭାବେ ବ୍ୟବହାର ହେଉଥିବା ମାଛ ରୋହି ଓ ଅନ୍ୟ କିସମର ମାଛ ବର୍ଷକରେ କେବଳ ଦୁଇଥର ପ୍ରଜନନ କରିଥାନ୍ତି । ଗୁଣବତ୍ତା ବିଶିଷ୍ଟ ମଞ୍ଜି ପାଇଁ ବ୍ରିଡ ଷ୍ଟାକକୁ ଅନୁକୂଳ ପରିସ୍ଥିତିରେ ପାଳନ କରାଯିବା ଉଚିତ ।
ନ୍ୟାଶନାଲ ଫିସରିଜ ଡେଭଲପମେଣ୍ଟ ବୋର୍ଡ 2007ରେ 100 ମିମି ଲମ୍ବାର ମୂଲ୍ୟ ଏଟ ଟଙ୍କା ରଖିଥିଲେ । ଏହାପରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଓ ସେଣ୍ଟ୍ରାଲ ଇଷ୍ଟିଚ୍ୟୁଟ ଅଫ ଫ୍ରେସଓ୍ବାଟର ଆକ୍ବାକଲଚରର ମନ୍ତବ୍ୟ କ୍ରମେ ପରେ 2014ରେ ଏହାର ମୂଲ୍ୟରେ ବୃଦ୍ଧି କରାଯାଇ 2.50 ଟଙ୍କା ରଖାଯାଇଥିଲା । ବର୍ତ୍ତମାନ ସମୟରେ ମାଛ ମାନଙ୍କର ଖାଦ୍ୟର ମୂଲ୍ୟରେ ବୃଦ୍ଧି ପାଇଥିବା ସତ୍ତ୍ବେ ଆନ୍ଧ୍ରପ୍ରଦେଶରେ ମତ୍ସ୍ୟବିଭାଗରେ ଏହାର ଉତ୍ପାଦନକୁ 1999ରେ ନିର୍ଦ୍ଧାରିତ ହୋଇଥିବା ମୂଲ୍ୟରେ ବିକ୍ରି କରାଯାଉଛି ।