ନୂଆଦିଲ୍ଲୀ: ଗୋଟିଏ ପଟେ ଡାକ୍ତର ଓ ନର୍ସମାନେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ରହଛନ୍ତି । ଅପରପକ୍ଷେ ଦିଲ୍ଲୀର ଗାଜିୟାବାଦ ଏମଏମଜୀ ମେଡିକାଲରେ ଭର୍ତ୍ତି ହୋଇଥିବା ନିଜାମୁଦ୍ଦୀନ ମରକଜର ଆକ୍ରାନ୍ତମାନେ ନର୍ସମାନଙ୍କ ସହ ଖରାପ ବ୍ୟବହାର ସହ ଅଶ୍ଳୀଳ ଇଙ୍ଗୀତ କରୁଥିବା ଅଭିଯୋଗ ହୋଇଛି । ଏହାଛଡା ମେଡିକାଲ ଷ୍ଟାଫଙ୍କ ଦ୍ବାରା ଆକ୍ରାନ୍ତମାନେ ସିଗାରେଟ୍ ମଗାଉଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି ।
ନର୍ସଙ୍କ ସହ ର୍ଦୁବ୍ୟବହାର, ମର୍କଜ ଆକ୍ରାନ୍ତଙ୍କ ବିରୋଧରେ ମାମଲା ରୁଜୁ - ଗାଜିୟାବାଦ ଏମଏମଜୀ ନ୍ୟୁଜ
ଦିଲ୍ଲୀର ଗାଜିୟାବାଦ ଏମଏମଜୀ ମେଡିକାଲରେ ଭର୍ତ୍ତି ହୋଇଥିବା ନିଜାମୁଦ୍ଦୀନ ମରକଜର ଆକ୍ରାନ୍ତମାନେ ନର୍ସମାନଙ୍କ ସହ ଖରାପ ବ୍ୟବହାର ସହ ଅଶ୍ଳୀଳ ଇଙ୍ଗୀତ କରୁଥିବା ଅଭିଯୋଗ ହୋଇଛି ।

ମରକଜର ଆକ୍ରାନ୍ତ ବିରୋଧରେ ମାମଲା ରୁଜୁ
ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୋଗ ଆଧାରରେ ଏଡିଏମ ଏବଂ ଏସପିି ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ପ୍ରାଥମିକ ତଦନ୍ତରୁ ଏହି ଘଟଣା ଗମ୍ଭୀର ହୋଇଥିବା ବେଳେ ଘଟଣାର କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଏସପି କଳାନିଧି ନୈଥାନୀ ସୂଚନା ଦେଇଛନ୍ତି ।