ଓଡିଶା

odisha

ETV Bharat / bharat

ନିଜାମୁଦ୍ଦିନ ସମାବେଶ: ମୌଲାନା ସହ 6 ଜଣଙ୍କ ନାଁରେ ମାମଲା ରୁଜୁ - corona virus update

ନିଜାମୁଦ୍ଦିନ ସମାବେଶରେ ଅଧିକ ସଂଖ୍ୟାରେ ଲୋକଙ୍କ ଭିଡକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଏଥିରେ 7 ଜଣ ଲୋକଙ୍କ ନାମ ସାମିଲ ଅଛି । ତେବେ ସେଦିନ ଉପସ୍ଥିତ ଥିବା ମୌଲାନା ଏଯାଏଁ ମଧ୍ୟ ଗାଏବ ଅଛନ୍ତି ।

markaz nizamuddin case
ନିଜାମୁଦ୍ଦିନ ସମାବେଶ

By

Published : Apr 1, 2020, 2:34 PM IST

ନୂଆଦିଲ୍ଲୀ : ନିଜାମୁଦ୍ଦିନ ସମାବେଶରେ ଅଧିକ ସଂଖ୍ୟାରେ ଲୋକଙ୍କ ଭିଡକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଏଥିରେ 7 ଜଣ ଲୋକଙ୍କ ନାମ ସାମିଲ ଅଛି । ତେବେ ସେଦିନ ଉପସ୍ଥିତ ଥିବା ମୌଲାନା ଏଯାଏଁ ମଧ୍ୟ ଗାଏବ ଅଛନ୍ତି ।

ସୂଚନାନୁସାରେ, ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କୁ ଏହି ମାମଲାରେ ମାମଲା ରୁଜୁ କରିବାକୁ କହିଥିଲେ। ଏହା ପରେ ମଙ୍ଗଳବାର ସନ୍ଧ୍ୟାରେ ନିଜାମୁଦ୍ଦିନ ପୋଲିସ ଷ୍ଟେସନର SHO ମୁକେଶ ୱାଲିଆଙ୍କ ବିବୃତ୍ତିରେ କ୍ରାଇମ ବ୍ରାଞ୍ଚ ଏକ ମାମଲା ରୁଜୁ କରିଛି।

ପୋଲିସର ସୂଚନାନୁସାରେ, ତବଲିଗୀ ଜାମାତର ମୁଖ୍ୟ ମୌଲାନା ସାଦଙ୍କ ବ୍ୟତୀତ ଅନ୍ୟ 6 ଜଣ ଏହି ମାମଲାରେ ଅଭିଯୁକ୍ତ ହୋଇଛନ୍ତି। ତାଙ୍କ ନାମ ଡକ୍ଟର ଜିଶାନ, ମୁଫତି ଶେହଜାଦ, ମହମ୍ମଦ ଶାଫି, ୟୁନୁସ, ମହମ୍ମଦ ସଲମାନ ଏବଂ ମହମ୍ମଦ ଆଶରଫ। କୁହାଯାଉଛି ଯେ, ମୁଖ୍ୟ ଅଭିଯୁକ୍ତ ମୌଲାନା ସାଦ୍ ଗତ 3 ଦିନ ହେବ ନିଖୋଜ ଅଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ସେ ତାଙ୍କ ଘରେ ନାହାଁନ୍ତି । କ୍ରାଇମବ୍ରାଞ୍ଚ ଦଳ ବର୍ତ୍ତମାନ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଛି । ଏହି ମାମଲାରେ ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ଗତ ରବିବାର ଠାରୁ ଚାଲିଥିବା ଅପରେସନ୍ ଆଜି ସକାଳେ ଶେଷ ହୋଇଛି । ଏଠାରୁ ସମୁଦାୟ 2361 ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିରୁ 617 ଜଣଙ୍କର କୋରୋନା ଲକ୍ଷଣ ଥିବା ଜଣାପଡିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ସମସ୍ତ ଲୋକଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଛି। ଏପର୍ଯ୍ୟନ୍ତ ସମୁଦାୟ 24 ଜଣଙ୍କୁ ପଜିଟିଭ୍ ବୋଲି ଜଣାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details