ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ ପୋଲିସ ଦିଲ୍ଲୀ ଆପ୍ ବିଧାୟକ କୁଲଦୀପ କୁମାରଙ୍କ ବିରୋଧରେ ମହାମାରୀ ଆଇନ ଅନୁସାରେ ମାମଲା ରୁଜୁ କରିଛି । କୁଲଦୀପ କୁମାର ସେପ୍ଟେମ୍ବର 29 ତାରିଖରେ କୋଭିଡ୍ ପଜିଟିଭ୍ ଆସିଥିବାବେଳେ ଅକ୍ଟୋବର 4 ତାରିଖରେ ହାଥରସରେ ଥିବା ଭିଡିଓ ପୋଷ୍ଟ କରିଥିବା ଦର୍ଶାଇ ପୋଲିସ ମାମଲା ରୁଜୁ କରିଛି । ଏନେଇ ସୂଚନା ଦେଇଛନ୍ତି ହାଥରସ ଏସପି ।
କୋଭିଡ ନିୟମ ଉଲଙ୍ଘନ ମାମଲା, ଆପ୍ ବିଧାୟକଙ୍କ ନାଁରେ ହାଥରସ ପୋଲିସର ମାମଲା ରୁଜୁ - Hathras Superintendent of Police
ମହାମାରୀ ନିୟମ ଉଲଙ୍ଘନ ମାମଲାରେ ଆପ୍ ବିଧାୟକ କୁଲଦୀପ କୁମାରଙ୍କ ବିରୋଧରେ ହାଥରସ ପୋଲିସର ମାମଲା ରୁଜୁ । ଅଧିକ ପଢନ୍ତୁ...
ମହାମାରୀ ନିୟମ ଉଲଙ୍ଘନ ମାମଲା, ଆପ୍ ବିଧାୟକଙ୍କ ବିରୋଧରେ ହାଥରସ ପୋଲିସର ମାମଲା ରୁଜୁ
କୋଭିଡ୍ ପଜିଟିଭ୍ ଥାଇ ବି ବିଧାୟକ ଜଣଙ୍କ ଏପରି କରିଥିବାରୁ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦିଲ୍ଲୀ ବିଜେପି ସଭାପତି କହିଛନ୍ତି ।
ସୂଚନାଥାଉକି, ହାଥରସ ଗଣଦୁଷ୍କର୍ମକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଅନେକ ନେତା ପୀଡିତାଙ୍କ ପରିବାରକୁ ଭେଟିବାକୁ ହାଥରସ ଯାଇଥିଲେ ।