ହାଇଦ୍ରାବାଦ: ସୋସିଆଲ ମିଡିଆରେ ମିଥ୍ୟା ଖବର ପୋଷ୍ଟ କରି ଅବସରପ୍ରାପ୍ତ ସେନା ମୁଖ୍ୟଙ୍କ ନାଁ ରେ ମାମଲା ରୁଜୁ । ସାଇବରାବାଦ ପୋଲିସ ଏକ ମାମଲା ରୁଜୁ କରିଛି। ଇଂରାଜୀ ଖବରକାଗଜର ପୁରୁଣା ଖବରକୁ ବ୍ୟବହାର କରି ମିଥ୍ୟା ଖବର ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ ଅବସରପ୍ରାପ୍ତ ସେନା ମୁଖ୍ୟ।
ମିଥ୍ୟା ଖବର ପ୍ରଚାର କରି ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ନାଁରେ ମାମଲା - spreading fake news
ସୋସିଆଲ ମିଡିଆରେ ମିଥ୍ୟା ଖବର ପୋଷ୍ଟ କରି ଅବସରପ୍ରାପ୍ତ ସେନା ମୁଖ୍ୟଙ୍କ ନାଁ ରେ ମାମଲା ରୁଜୁ । ସାଇବରାବାଦ ପୋଲିସ ଏକ ମାମଲା ରୁଜୁ କରିଛି।
![ମିଥ୍ୟା ଖବର ପ୍ରଚାର କରି ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ନାଁରେ ମାମଲା case filed against retired major](https://etvbharatimages.akamaized.net/etvbharat/prod-images/768-512-6968175-266-6968175-1588048793991.jpg)
ମିଥ୍ୟା ଖବର ପ୍ରଚାର ଅଭିଯୋଗ
ଏଥିରେ ଲେଖାଯାଇଥିଲା ଯେ, ସାଇବରାବାଦ ପୋଲିସ କମଳା ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ପୋଲିସର କହିବାନୁସାରେ, ମିଥ୍ୟା ଖବରରେ କୁହାଯାଇଛି ଯେ ଧର୍ମନିରପେକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସାଇବରବାଦ ପୋଲିସ କମଳା ପ୍ରଦର୍ଶନ, ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି କାରଣ କମଳା ରଙ୍ଗ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥାଏ।