ଓଡିଶା

odisha

ETV Bharat / bharat

ବିଦେଶ ଗସ୍ତ ତଥ୍ୟ ଲୁଚାଇ ଫସିଲେ ବଲିଉଡ କଣ୍ଠଶିଳ୍ପୀ, ମାମଲା ରୁଜୁ - case filed against bollywood singer

ଜରୁରୀକାଳୀନ ପରିସ୍ଥିତିରେ ନିଜର ବିଦେଶ ଗସ୍ତର ତଥ୍ୟ ଲୁଚାଇ ରଖିଥିବାରୁ ବଲିଉଡର ଜଣେ ଲୋକପ୍ରିୟ ଗାୟିକାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ...

ବିଦେଶ ଗସ୍ତ ତଥ୍ୟ ଲୁଚାଇ ଫସିଲେ ବଲିଉଡ କଣ୍ଠଶିଳ୍ପୀ, ମାମଲା ରୁଜୁ
ବିଦେଶ ଗସ୍ତ ତଥ୍ୟ ଲୁଚାଇ ଫସିଲେ ବଲିଉଡ କଣ୍ଠଶିଳ୍ପୀ, ମାମଲା ରୁଜୁ

By

Published : Mar 21, 2020, 4:42 AM IST

ଲକ୍ଷ୍ନୌ: ବଲିଉଡର ଜଣେ ଲୋକପ୍ରିୟ ଗାୟିକାଙ୍କ ନିକଟରେ କୋରୋନା ପଜିଟିଭ୍ ଆସିଥିବା ଜଣାପଡିଛି । ତେବେ ବିଦେଶରୁ ଫେରିଥିଲେ ମଧ୍ୟ ସେ ନିଜ ଗସ୍ତକୁ ଲୁଚାଇବାକୁ ଚେଷ୍ଟା କରିଥିଲେ । ଏହାସହ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ମଧ୍ୟ ଆସିଥିଲେ ।

ତେବେ ଏପରି ଏକ ଜରୁରୀକାଳୀନ ପରିସ୍ଥିତିରେ ନିଜର ବିଦେଶ ଗସ୍ତର ତଥ୍ୟ ଲୁଚାଇ ରଖିଥିବାରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଏଡିଏମ୍‌ର ସୂଚନା ଅନୁସାରେ, ଗୋମତି ନଗର ଏବଂ ହଜରତଗଞ୍ଜ ପୋଲିସ ଷ୍ଟେସନରେ ନିଜ ଅସୁସ୍ଥତାକୁ ଲୁଚାଇ ଜନସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପରି ଅବହେଳା ଅଭିଯୋଗ ଆଣି ଉଭୟ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ସିଏମଓ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ, ସେ ରବିବାର ଲକ୍ଷ୍ନୌର ଗାଲାଣ୍ଟ ଆପାର୍ଟମେଣ୍ଟରେ ଏକ ପାର୍ଟିର ଆୟୋଜନ କରିଥିଲେ । ଉକ୍ତ ପାର୍ଟିରେ ବିଜେପିର ବରିଷ୍ଠ ଅଧିକାରୀ ଏବଂ ନେତା ଯୋଗ ଦେଇଥିଲେ । ବିଜେପି ନେତା ତଥା ପୂର୍ବତନ ରାଜସ୍ଥାନ ସିଏମ ବସୁନ୍ଧରା ରାଜେଙ୍କ ପୁଅ ତଥା ବିଜେପି ସାଂସଦ ଦୁଷ୍ମନ୍ତ ସିଂ ମଧ୍ୟ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ABOUT THE AUTHOR

...view details