ଓଡିଶା

odisha

ETV Bharat / bharat

ଆମାଜନ ବିରୋଧରେ ମାମଲା ରୁଜୁ

ଇ-କମର୍ସ ସାଇଟ ଆମାଜନ ହିନ୍ଦୁ ଭଗବାନଙ୍କ ଚିତ୍ରକୁ ଟଏଲେଟ ପେପରେରେ ଛାପି ଆମେରିକା ୱେବସାଇଟରେ ବିକ୍ରି କରୁଥିଲା । ଯାହା କୋଟି କୋଟି ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଛି । ଯାହାଫଳରେ ଆମାଜନ ବିରୋଧରେ ମାମଲା ରୁଜୁ କରିଛି ନୋଏଡା ପୋଲିସ ।

By

Published : May 18, 2019, 1:50 PM IST

ଫାଇଲ ଫଟୋ

ନୋଏଡା: ଇ-କମର୍ସ ସାଇଟ ଆମାଜନ ବିରୋଧରେ ମାମଲା ରୁଜୁ କରିଛି ନୋଏଡା ପୋଲିସ । ହିନ୍ଦୁ ଭାବନାକୁ ଆଘାତ କରିବା ଆରୋପରେ ଶୁକ୍ରବାର ନୋଏଡା ପୋଲିସ ଏକ ମାମଲା ରୁଜୁ କରିଛି ।

ସୂଚନା ମୁତାବକ, ଆମାଜନ ହିନ୍ଦୁ ଭଗବାନଙ୍କ ଚିତ୍ରକୁ ଟଏଲେଟ ପେପରେରେ ଛାପି ଆମେରିକା ୱେବସାଇଟରେ ବିକ୍ରି କରୁଥିଲା । ଯାହା କୋଟି କୋଟି ହିନ୍ଦୁ ଧର୍ମ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଥିଲା । ଯାହାଫଳରେ ଗତ ଗୁରୁବାର କେତେଗୁଡିଏ ସୋସିଆଲ ମିଡିଆ ୟୁଜରମାନେ ଆମାଜନକୁ ବୟକଟ୍ କରିବା ପାଇଁ କ୍ୟାମ୍ପେନ କରିଥିଲେ ।

ତେବେ ଏନେଇ ଆମାଜନ ପ୍ରବକ୍ତା କହିଛନ୍ତି, ସମସ୍ତ ବିକ୍ରେତାମାନେ କମ୍ପାନୀର ଗାଇଡଲାଇନକୁ ଫଲୋ କରିବା ଉଚିତ୍ । ଆଉ ଯେଉଁମାନେ ଏହି ଗାଇଡଲାଇନ ମାନୁନାହାଁନ୍ତି, ସେମାନଙ୍କ ଆକାଉଣ୍ଟକୁ ୱେବସାଇଟରୁ ହଟାଇବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ସେ କହିଛନ୍ତି ଯେଉଁ ପ୍ରଡକ୍ଟ ଉପରେ ପ୍ରଶ୍ନ ଉଠୁଛି ସେହି ପ୍ରଡକ୍ଟ ଗୁଡିକ ଆମ ଷ୍ଟୋରରୁ ହଟାଇ ଦିଆଯିବ ।

ତେବେ ନୋଏଡାର ଜଣେ ପରୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତୀୟ ଦଣ୍ଡ ବିଧାନ ଆଇନ 153A ଧାରା ଅନୁଯାୟୀ ଆମାଜନ ବିରୋଧରେ କେସ ଫାଇଲ କରାଯାଇଛି । ଏଥିସହ ଅଧିକ ତଦନ୍ତ ଜାରି ରହିଛି ।

For All Latest Updates

ABOUT THE AUTHOR

...view details