ଓଡିଶା

odisha

ETV Bharat / bharat

ତରଭୁଜ ଚିତ୍ରକଳାରେ ମୋଦି-ଜିନପିଙ୍ଗ - PM Modi

ତରଭୁଜରେ କରାଯାଇଛି ମୋଦି-ଜିନପିଙ୍ଗ ଚିତ୍ରକଳା। ତାମିଲନାଡୁ ଥେନି ଜିଲ୍ଲାର ଏମ ଏଲଂଚୋଜିୟନ ନାମକ ଜଣେ ଚିତ୍ର ଶିଳ୍ପୀ ଏକ ତରଭୁଜକୁ କାଟି ଏପରି ଚିତ୍ରକଳା ପ୍ରସ୍ତୁତ କରିଛନ୍ତି।

ତରଭୁଜ ଚିତ୍ର କଳାରେ ମୋଦି-ଜିନପିଙ୍ଗ

By

Published : Oct 12, 2019, 12:36 PM IST

ଚେନ୍ନାଇ: ଶୁକ୍ରବାର ଠାରୁ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଗତକାଲି ତାଙ୍କର ସ୍ବାଗତ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲା ଚେନ୍ନାଇ । ଭାରତୀୟ ସଂସ୍କୃତିର ସାଜସଜ୍ଜାରେ ତାଙ୍କୁ ସ୍ବାଗତ କରଯାଇଥିଲା।

ପ୍ରାୟ 18 ପ୍ରକାର ଫଳ ଓ ପରିବାକୁ ବ୍ୟବହାର କରି ଏକ ବୃହତ ତୋରଣ ନିର୍ମାଣ କରାଯାଇ ଚୀନ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଥିଲା। ତେବେ ଚେନ୍ନାଇର ଏହି ବ୍ୟାପକ ପ୍ରସ୍ତୁତି ମଧ୍ୟରେ ଦେଖିବାକୁ ମିଳିଛି ଏକ ଅପୂର୍ବ କଳାକୃତିର ଝଲକ୍‌ । ତରଭୁଜରେ କରାଯାଇଛି ମୋଦି-ଜିନପିଙ୍ଗ ଚିତ୍ରକଳା।

ତରଭୁଜ ଚିତ୍ର କଳାରେ ମୋଦି-ଜିନପିଙ୍ଗ

ତାମିଲନାଡୁ ଥେନି ଜିଲ୍ଲାର ଏମ ଏଲଂଚୋଜିୟନ ନାମକ ଜଣେ ଚିତ୍ରଶିଳ୍ପୀ ଏକ ତରଭୁଜକୁ କାଟି କରିଛନ୍ତି ମୋଦି-ଜିନପିଙ୍ଗଙ୍କ ଚିତ୍ର। ଜିନପିଙ୍ଗଙ୍କ ଭାରତ ଗସ୍ତର ଶନିବାର ହେଉଛି ଦ୍ବିତୀୟ ଦିନ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଅନୌପଚାରିକ ବୈଠକ କରୁଛନ୍ତି। ଶନିବାର ସକାଳ 10ଟା ସମୟରେ ତାଜ ଫିସରମ୍ୟାନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

ABOUT THE AUTHOR

...view details