ଜଳୁଛି ସାରା ଓଡିଶା । ଏହାସହ ତତଲା ତାୱାରେ ଭାଜି ହୋଇଯାଉଛି ଜନଜୀବନ । ବଢୁଥିବା ଗରମରୁ ନିସ୍ତାର ପାଇବା ପାଇଁ ସମସ୍ତେ ତ୍ରାହିତ୍ରାହି ଡାକୁଛନ୍ତି । ତେବେ ଏହି ଗ୍ରୀଷ୍ମ ରତୁରେ ଶରୀର ଉପରେ ଧ୍ୟାନ ଦେବା ନିହାତି ଜରୁରୀ । ଏଥିପାଇଁ ବାହାରକୁ ଯିବା ସମୟରେ ସୂର୍ଯ୍ୟଙ୍କ ପ୍ରଖର କିରଣ ସିଧାସଳଖ ଆଖି ଉପରେ ପଡିଥାଏ । ଯାହାଫଳରେ ଆଖି ଶୁଷ୍କ ହୋଇଯାଏ । କେବଳ ସେତିକି ନୁହେଁ ଆଖି କୁଣ୍ଡେଇ ହେବା ସହ ଲାଲ ଦେଖାଯାଏ । ତେଣୁ ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ କେଉଁ ସବୁ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ଆସନ୍ତୁ ଜାଣିବା...
ବର୍ତ୍ତମାନ ସମୟରେ ଅନେକ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେବା ସହ ଡାକ୍ତରଙ୍କ ପାଖରେ ପହଞ୍ଚୁଛନ୍ତି । ତେବେ ଡାକ୍ତରଙ୍କ କହିବା ଅନୁସାରେ, ଖରାଦିନେ ଆଖିରୁ ପାଣି ଶୁଖିଯିବା ଫଳରେ ଆଖି ଶୁଷ୍କ ହୋଇଯାଏ । ଏହାସହ ଖରାଦିନେ କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ କାମ କରିବା, ମୋବାଇଲ ବ୍ୟବହାର କରିବା , ବ୍ୟବହାର କରୁଥିବା ଚଷମାକୁ ସଫା ନକରିବା ଫଳରେ ଆଖିରେ ସଂକ୍ରମଣ ହୋଇଥାଏ ।
ତେବେ ଖରାରୁ ଆଖିକୁ ରକ୍ଷା କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ...