ଡେରାଡୁନ: ଉତ୍ତରାଖଣ୍ଡ ଦେବପ୍ରୟାଗ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦେବପ୍ରୟାଗ-ଋଷିକେଶ ମାର୍ଗରେ ଏକ ଅଲଟୋ କାର ନିୟନ୍ତ୍ରଣ ହରାଇ 200 ମିଟର ଉଚ୍ଚ ଘାଟିରୁ ତଳକୁ ଖସିଲା । ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଥିବା ଜଣାପଡିଛି ।
ଘାଟିରୁ ଖସିଲା କାର୍, ଘଟଣାସ୍ଥଳରେ 5 ମୃତ - ଉତ୍ତରାଖଣ୍ଡ ଦେବପ୍ରୟାଗ-ଋଷିକେଶରେ ଦୁର୍ଘଟଣା
ଉତ୍ତରାଖଣ୍ଡ ଦେବପ୍ରୟାଗ-ଋଷିକେଶ ମାର୍ଗରେ କାର ଦୁର୍ଘଟଣା । ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଘାଟିରୁ ଖସିଲା କାର୍
ସୂଚନା ଅନୁସାରେ ଏହି କାରରେ 6 ବ୍ୟକ୍ତି ଯାଉଥିବାବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କରିଛି । ସେପଟେ ଜଣେ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୋଲିସ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।