ଓଡିଶା

odisha

ETV Bharat / bharat

କାବୁଲ ସିରିଜ ବିସ୍ଫୋରଣ, ସ୍ବତନ୍ତ୍ରତା ଦିବସ ପାଳନ ସ୍ଥଗିତ

କାବୁଲ ସିରିଜ ବିସ୍ଫୋରଣରେ 65 ଜଣଙ୍କ ମୃତ୍ୟୁ ହୋଇଛି । ମୃତବ୍ୟକ୍ତିଙ୍କୁ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରାଯିବା ସହ ଆଫଗାନିସ୍ତାନରେ ସରକାର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଦେଶର 100ତମ ସ୍ବତନ୍ତ୍ରତା ଦିବସ ପାଳନକୁ ମଧ୍ୟ ବାତିଲ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ@IANS Twitter

By

Published : Aug 19, 2019, 12:42 PM IST

କାବୁଲ: ରବିବାର ସିରିଜ ବୋମା ବିସ୍ଫୋରଣରେ ମୃତବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରି ଦେଶର 100 ତମ ସ୍ବତନ୍ତ୍ରତା ଦିବସ ପାଳନକୁ ବନ୍ଦ ରଖିଛନ୍ତି ଆଫଗାନ୍ ସରକାର। ଦରଉଲଅମନ ପ୍ୟାଲେସରେ ହେବାକୁ ଥିବା ଏକ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ଗତକାଲି(ରବିବାର) ଏକ ବିବାହ କାର୍ଯ୍ୟକ୍ରମରେ ଆଇଏସଆଇ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲରେ ସିରିଜ ବୋମା ବିସ୍ଫୋରଣ କରାଯାଇଥିଲା । ବଡ଼ଧରଣର ହୋଇଥିବା ଏହି ବୋମା ବିସ୍ଫୋରଣରେ ପାଖାପାଖି 65 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା।

ତେବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଏହି ବୋମା ବିସ୍ଫୋରଣ କରାଯାଇଥିବା ଜଣାପଡ଼ିଛି । ଚଳିତ ବର୍ଷ ଆପଗାନିସ୍ତାନରେ ସବୁଠାରୁ ବଡ଼ ବିସ୍ଫୋରଣ ବୋଲି କୁହାଯାଇଛି । ଏଥିପାଇଁ ଆଇଏସଆଇ ନିଜକୁ ଦାୟୀ କରିଛି।

ABOUT THE AUTHOR

...view details