ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅନ୍ତରାଷ୍ଟ୍ରୀୟ ନକଲି କଲ୍ ସେଣ୍ଟରର ପର୍ଦ୍ଦାଫାସ । ଏହି ମାମଲାରେ ଦିଲ୍ଲୀ ପୋଲିସ 32 ଜଣଙ୍କୁ ଗିରଫ କରିଛି । ପଶ୍ଚିମଦିଲ୍ଲୀର ସାଇବର ସେଲ ମୋତିନଗର ଡିଏସଏଫ ଇଣ୍ଡଷ୍ଟ୍ରୀୟାଲ ଅଞ୍ଚଳରେ ଚାଲୁଥିବା ନକଲି କଲ୍ ସେଣ୍ଟରର ପର୍ଦ୍ଦାଫାସ କରିଛି ପୋଲିସ । ଏହି କଲ୍ ସେଣ୍ଟର କାନାଡା ନାଗରିକଙ୍କୁ ଟାର୍ଗେଟ କରି ଠକାମିର ଜାଲରେ ଫସାଉଥିଲା ।
ଏହି କଲ୍ ସେଣ୍ଟର ମାଧ୍ୟମରେ ବିଦେଶୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍ କରାଯାଉଥିଲା । ଏନେଇ ପୋଲିସକୁ ଗୁଇନ୍ଦା ବିଭାଗରୁ ସୂଚନା ମିଳିବା ମାତ୍ରେ ପୋଲିସ ଏହି କଲ୍ ସେଣ୍ଟର ଉପରେ ଚଢାଉ କରିଥିଲା । ଏଠାରେ ପୋଲିସ ରେଡ କରିବା ପରେ କାନାଡିଆନ ଲୋକଙ୍କୁ ଭିଓଆଇପି କଲ ମାଧ୍ୟମରେ ବୋକା ବନାଇ ଟଙ୍କା ଲୁଟୁଥିଲା ଘଟଣା ସାମ୍ନାକୁ ଆସିଥିଲା ।