ନୂଆଦିଲ୍ଲୀ: ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କୋରୋନା ପାଇଁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଙ୍ଗା ଜଳରୁ କୋରୋନା ଚିକିତ୍ସା ସମ୍ଭବ କି ନାହିଁ ବୋଲି ପଚାରିଥିଲେ । ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଛି ଆଇସିଏମଆର । ଗଙ୍ଗା ନଦୀର ଜଳ କୋଭିଡ -19 କୁ ଭଲ କରିପାରିବ ନାହିଁ।
ଗଙ୍ଗା ଜଳରେ ସମ୍ଭବ କି କୋରୋନା ଚିକିତ୍ସା ? - coronavirus
ଗଙ୍ଗା ଜଳରେ କୋରୋନା ଚିକିତ୍ସା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନକ ଉତ୍ତର ରଖିଲା ଆଇସିଏମଆର । ଅଧିକ ପଢନ୍ତୁ...
ଜଳଶକ୍ତି ମନ୍ତ୍ରଣାଳୟ ଅନୁରୋଧ ଏବଂ ଏନଜିଓର ପ୍ରସ୍ତାବ ପରେ ଅଧିକ ଅନୁସନ୍ଧାନ କରି ସେ ଏହି ପଦକ୍ଷେପ ନେଇଛନ୍ତି ବୋଲି ଆଇସିଏମଆରର ଜଣେ ଅଧିକାରୀ କହିଛନ୍ତି । ଗତ ମାସରେ ଅତୁଲ୍ୟ ଗଙ୍ଗା ନିଜ ଚିଠିରେ ଗଙ୍ଗା ଜଳରେ ଜୀବାଣୁର ଉପସ୍ଥିତି ନେଇ ଉଲ୍ଲେଖ କରିଥିଲେ । ଏନେଇ ଅଧିକ ଅନୁସନ୍ଧାନ କରିବାକୁ 3 ଏପ୍ରିଲରେ ସରକାରଙ୍କୁ ଅବଗତ କରାଯାଇଥିଲା । ଜଳଶକ୍ତି ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୁଇଟି କପି ପଠାଇ ଦିଆଯାଇଥିଲା ।
ସ୍ୱଚ୍ଛ ଗଙ୍ଗା ପାଇଁ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ମିଶନ, ମୋଦି ସରକାରଙ୍କ ଉଚ୍ଚାଭିଳାଷୀ ନାମାମି ଗଙ୍ଗା କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବିଭାଗ 30 ଏପ୍ରିଲରେ ଆଇସିଏମଆରଏକୁ ଚିଠି ଲେଖି କ୍ଲିନିକାଲ ପରୀକ୍ଷା ପାଇଁ ଅନୁରୋଧ କରିଥିଲେ। ଏହା ପରେ ଆଇସିଏମଆର ଏକ ବୈଠକ କରି ଏହା ଉପରେ ଆଲୋଚନା କରିଥିଲା । ବର୍ତ୍ତମାନ ସୁଦ୍ଧା ଆମେ କୋରୋନାର ଚିକିତ୍ସା ପାଇଁ ଏକ ପରୀକ୍ଷଣ ଭାବରେ ପ୍ଲାଜମା ଥେରାପିକୁ ଚିକିତ୍ସା କରୁଛୁ । ତେଣୁ ଅନ୍ୟ କୌଣସି ଗବେଷଣା ନେଇ ସମୟ ନଷ୍ଟ କରିବୁ ନାହିଁ ବୋଲି ଆଇସିଏମଆର ସୂଚନା ଦେଇଛି ।