ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନ, ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମଆର)କୁ ଗଙ୍ଗା ଜଳ ଉପରେ କ୍ଲିନିକାଲ ପରୀକ୍ଷା କରିବାକୁ ଏକ ପ୍ରସ୍ତାବ ପଠାଇଛି । ତେବେ ଗଙ୍ଗା ଜଳର ଏକ କ୍ଲିନିକାଲ୍ ପରୀକ୍ଷା କରିବା ଏବଂ କୋରୋନା ଭାଇରସ ସଂକ୍ରମିତ ରୋଗୀଙ୍କୁ ଭଲ କରିବା ପାଇଁ ଗଙ୍ଗା ଜଳ ବ୍ୟବହାର କରାଯାଇପାରିବ କି ନାହିଁ ସେନେଇ ଏହି ପ୍ରସ୍ତାବ ରହିଛି ।
ଗଙ୍ଗାଜଳରେ ହେବ କୋରୋନା ଚିକିତ୍ସା! କ୍ଲିନିକାଲ୍ ପରୀକ୍ଷା ପାଇଁ ICMRକୁ ପ୍ରସ୍ତାବ - ଗଙ୍ଗାଜଳରେ ହେବ କୋରୋନା ଚିକିତ୍ସା
ଗଙ୍ଗାର ଉପର ପୃଷ୍ଠ ଜଳରୁ ମିଳିଥିବା ବ୍ୟାକ୍ଟେରିୟୋଫେଜେସରେ ବ୍ୟାକ୍ଟେରିଆ ବିରୁଦ୍ଧରେ ଲଢିବାର କ୍ଷମତା ରହିଛି । ଅଧିକ ପଢନ୍ତୁ...
ଏହି ପ୍ରସ୍ତାବକୁ ରାଷ୍ଟ୍ରୀୟ ସ୍ବଚ୍ଛ ଗଙ୍ଗା ମିଶନକୁ ଅତୁଲ୍ୟ ଗଙ୍ଗା ନାମକ ଆର୍ମି ଭେଟରେଞ୍ଜର ସଂସ୍ଥା ପଠେଇଥିଲା । ଯାହା ଜାତୀୟ ଗଙ୍ଗା ମିଶନ, ଆଇସିଏମଆରକୁ ପଠାଇଥିଲା । ଅତୁଲ୍ୟ ଗଙ୍ଗା ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଗଙ୍ଗାର ଉପର ପୃଷ୍ଠ ଜଳରୁ ମିଳିଥିବା ବ୍ୟାକ୍ଟେରିୟୋଫେଜେସରେ ବ୍ୟାକ୍ଟେରିଆ ବିରୁଦ୍ଧରେ ଲଢିବାର କ୍ଷମତା ରହିଛି । ଯାହାକି ଗଙ୍ଗାର ଉପର ମୁଣ୍ଡର ଗୁଣ ଉପରେ କ୍ଲିନିକାଲ୍ ଗବେଷଣା କରିବା ବିଷୟରେ ବିଶେଷ ଭାବରେ ଆଲୋଚନା କରିଛି ।
ଏହି ଅନୁସନ୍ଧାନ ହେବା ପରେ ଏହା ଜଣାପଡିବ ଯେ, ଗଙ୍ଗା ଜଳରେ କୋରୋନା ଜୀବାଣୁ ବିରୁଦ୍ଧରେ ଲଢିବାର ଶକ୍ତି ଅଛି କି ନାହିଁ ? ବୈଜ୍ଞାନିକମାନେ ବିଶ୍ବାସ କରନ୍ତିଯେ, ଗଙ୍ଗା ଜଳରେ ଥିବା ଉପାଦାନଗୁଡିକ ଜୀବାଣୁ ଦ୍ବାରା ହେଉଥିବା ରୋଗ ସହ ଲଢିପାରନ୍ତି । କିନ୍ତୁ କୋରୋନା ଏକ ଭାଇରସ ହୋଇଥିବାରୁ ଏହାର କ୍ଲିନିକାଲ୍ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ ।