ପାଟନା: ବିହାରରେ ଆସନ୍ତାକାଲି ଅର୍ଥାତ 1 ନଭେମ୍ବର ସନ୍ଧ୍ୟାରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବ। ଦ୍ବିତୀୟ ପର୍ଯ୍ୟାୟରେ, 17 ଟି ଜିଲ୍ଲାର 94 ନିର୍ବାଚନମଣ୍ଡଳୀ ନଭେମ୍ବର 3 ରେ ମତଦାନ କରିବେ । ଏହାକୁ ଦୃଷ୍ଟିରେ ରଖି ଏନଡିଏ ଏବଂ ମହାଗଠବନ୍ଧନ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭୋଟରଙ୍କ ପାଇଁ କୌଣସି ଦ୍ବନ୍ଦ ବାକି ରଖିନାହାଁନ୍ତି ।
ବିହାର ନିର୍ବାଚନ: ଜୋରସୋରରେ ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର ରାଲି - Campaigning
ବିହାରରେ ଆସନ୍ତାକାଲି ଅର୍ଥାତ 1 ନଭେମ୍ବର ସନ୍ଧ୍ୟାରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବ। ଦ୍ବିତୀୟ ପର୍ଯ୍ୟାୟରେ, 17 ଟି ଜିଲ୍ଲାର 94 ନିର୍ବାଚନମଣ୍ଡଳୀ ନଭେମ୍ବର 3 ରେ ମତଦାନ କରିବେ ।
ନେତାମାନେ ସାରା ରାଜ୍ୟରେ ବିଭିନ୍ନ ନିର୍ବାଚନ ବୈଠକ ଏବଂ ରୋଡ୍ ସୋ ଆୟୋଜନ କରୁଛନ୍ତି। ନିର୍ବାଚନ ସଭାରେ ବଲିଉଡ ଏବଂ ଭୋଜପୁରୀ ତାରକାମାନେ ମଧ୍ୟ ଭିଡ ଜମାଇଛନ୍ତି। ଭୋଜପୁରୀ ଅଭିନେତା ତଥା ନେତା ମନୋଜ ତିୱାରୀ, ରବି କିଶନ ଜନସଭାକୁ ସମ୍ବୋଧନ କରୁଛନ୍ତି । ଏନଡିଏକୁ ଭୋଟ ଦେବା ପାଇଁ ଏହି ତାରକାମାନେ ପ୍ରଚାର କରୁଛନ୍ତି ।
ବଲିଉଡ ଅଭିନେତା ଶତୃଘ୍ନ ସିହ୍ନା, ରାଜ ବାବର ମଧ୍ୟ ସଭାକୁ ସମ୍ବୋଧନ କରୁଛନ୍ତି । ଏଲଜେପି ପାଇଁ ପ୍ରଚାର କରୁଛନ୍ତି ଅଊିନେତ୍ରା ଅମିଶା ପଟେଲ୍ । ଏହାସହ ବାମପନ୍ଥୀ ଦଳ ପାଇଁ ମଧ୍ୟ ଭୋଟ ପ୍ରଚାର କରାଯାଉଛି । ବିହାରରେ ସିଟ୍ ହାତେଇବା ପାଇଁ ଜୋରସୋରରେ ଲାଗିପଡିଛନ୍ତି ସମସ୍ତ ଦଳ । ନଭେମ୍ବର 3ରେ ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ଜାରି ରହିଛି ପ୍ରଚାର ପ୍ରସାର ।