ଅହମଦାବାଦ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ ଜଣାଇ ସୁପ୍ରିମକୋର୍ଟ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ ବଡ ବୟାନ ଦେଇଛନ୍ତି । କୌଣସି କ୍ଷେତ୍ରରେ ସମର୍ଥନ ନକରିବାର ଅର୍ଥ ରାଷ୍ଟ୍ର ବିରୋଧୀ ନୁହେଁ ବୋଲି କହିଛନ୍ତି ଚନ୍ଦ୍ରଚୂଡ । ଅସମର୍ଥନକୁ ରାଷ୍ଟ୍ର ବିରୋଧୀ କହିବା ଲୋକତନ୍ତ୍ର ଉପରେ ଆକ୍ରମଣ ବୋଲି ସେ କହିଛନ୍ତି ।
'ଅସହମତିକୁ ଦେଶ ବିରୋଧୀ କହିବା, ଲୋକତନ୍ତ୍ରର ଆତ୍ମା ଉପରେ ଆଘାତ' - d y chandrachud
ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ । କୌଣସି ପ୍ରସଙ୍ଗରେ ସମର୍ଥନ ନଦେବା ରାଷ୍ଟ୍ର ବିରୋଧୀ ନୁହେଁ । ଅଧିକ ପଢନ୍ତୁ....
'ଅସହମତିକୁ ଦେଶ ବିରୋଧୀ କହିବା, ଲୋକତନ୍ତ୍ରର ଆତ୍ମା ଉପରେ ଆଘାତ'
ଚନ୍ଦଚୂଡ କହିଛନ୍ତି ଯେ, ବିଚାରକୁ ଚପାଇଦେବା ଅର୍ଥ ଦେଶବାସୀଙ୍କ ସ୍ବରକୁ ଚପାଇଦେବା । ଅହମଦାବାଦରେ ଗୁଜୁରାଟ ହାଇକୋର୍ଟ ଅଡିଟୋରିୟମରେ 15 ତମ ପିଡି ମେମୋରିୟାଲ ଅଧ୍ୟାପନରେ ଚନ୍ଦ୍ରଚୂଡ 'ଅସହମତି'କୁ ଲୋକତନ୍ତ୍ରର 'ସେଫ୍ଟି ବଲ୍ବ' ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଅସହମତି ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାରୀ କଳର ବ୍ୟବହାର ଭୟ ସୃଷ୍ଟି କରିଥାଏ ।
@ANI
TAGGED:
d y chandrachud