ନୂଆଦିଲ୍ଲୀ: କୋରୋନା ପରି ମହାମାରୀ ବିପକ୍ଷରେ ବିଶ୍ଵ ଲଢୁଛି। ତେଵେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନର୍ସମାନଙ୍କ ଭୂମିକା ସ୍ଵାସ୍ଥ୍ୟ ସେବାରେ ଯଥେଷ୍ଟ ଗୁରୁତ୍ଵ ରଖୁଛି। ନର୍ସମାନେ ବିନା ଛୁଟିରେ ଅବିରତ ଭାବେ ନିରଵଚ୍ଛିନ୍ନ ସେଵା ସମଗ୍ର ବିଶ୍ଵରେ ଯୋଗାଇ ଦେଉଛନ୍ତି। ବିଗତ 10 ବର୍ଷ ଧରି ସାଉଦି ଆରବରେ କାର୍ଯ୍ୟ କରୁଥିବା ଜଣେ ନର୍ସ ସୁଜା ଭର୍ଗେ ମାର୍ଚ୍ଚ ମାସରେ କୋଟାୟାମକୁ ପାଞ୍ଚ ମାସର ଛୁଟିରେ ଘରକୁ ଆସିଥିଲେ। ମାତ୍ର କୋରୋନା ମହାମାରୀ ପାଇଁ ଛୁଟି ନପୁରିଥିଲେ ମଧ୍ୟ କୋଟାୟମ୍ ଛାଡିଵାକୁ ପଡିଥିଲା। ଏହି ଘଟଣା ନର୍ସମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟପରାୟଣତାକୁ ସାମ୍ନାକୁ ଆଣୁଛି। ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଡାକରା ଆସିବା ପରେ ସୁଜା ଭର୍ଗେ ଘର ଛାଡିଥିଲେ। ଶନିବାର ଦିନ, ସେ 239 ଜଣ ମେଡିକାଲଙ୍କ ସହଯୋଗୀଙ୍କ ମଧ୍ୟରେ ଥିଲେ, ଯେଉଁମାନେ କୋଚିନ୍ରୁ ସାଉଦି ଆରବକୁ ଏକ ସ୍ୱତନ୍ତ୍ର ବିମାନ ଯାଇଥିଲେ।
ଏହାପୂର୍ବରୁ ଗୁରୁବାର ଦିନ 219 ମେଡିକାଲ ପ୍ରଫେସନାଲ, ମୁଖ୍ୟତଃ ନର୍ସମାନଙ୍କୁ ନେଇ ଆଉ ଏକ ବିମାନ ସାଉଦି ଆରବ ଅଭିମୁଖେ ଯାତ୍ରା କରିଥିଲା। ଗତ ସପ୍ତାହରେ 89 ସ୍ୱାସ୍ଥ୍ୟ କର୍ମୀ ସଂଯୁକ୍ତ ଆରବ ଏମିରେଟ୍ସକୁ ଯାଇଥିଲେ। ଏହି ସପ୍ତାହରେ ନର୍ସମାନଙ୍କୁ ନେଇ ଆଉ ତିନୋଟି ବିମାନ ଉଡ଼ାଣ ହେବାର ଆଶଙ୍କା ରହିଛି। ଅନେକ ଗଲ୍ଫ ଦେଶ ହତାଶ ହୋଇ ଚିକିତ୍ସା କର୍ମଚାରୀଙ୍କ ପତ୍ର ବାତିଲ କରିଛନ୍ତି ଏବଂ ଚାକିରି ଛାଡିଥିବା କିଛି ଅଭିଜ୍ଞଙ୍କୁ ପୁନଃର୍ବାର ଡକାଯାଇଛି।
ସୂଚନାଯୋଗ୍ୟ, କେରଳର ନର୍ସମାନେ ସାରା ବିଶ୍ୱରେ ଚାକିରୀ ଖୋଜାଖୋଜି କରୁଛନ୍ତି। ଯେପରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ସଙ୍କଟକୁ ସୁଯୋଗରେ ପରିଣତ କରିବା ଉଚିତ୍। ବିଶେଷକରି ଗଲ୍ଫରୁ ତାଲିମପ୍ରାପ୍ତ ନର୍ସମାନଙ୍କ ପାଇଁ ଆଜିକାଲି ବହୁତ ଚାହିଦା ଅଛି। ଯଦି ସେମାନେ ଇଚ୍ଛୁକ ତେବେ ଦେଶ ସେମାନଙ୍କୁ ଯିବାକୁ ଅନୁମତି ଦେବା ଉଚିତ୍ ବୋଲି ଡାକ୍ତରୀ କର୍ମଚାରୀଙ୍କ ପ୍ରତ୍ୟାବର୍ତ୍ତନ ସହ ଜଡିତ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।