ଓଡିଶା

odisha

ETV Bharat / bharat

କଂଗ୍ରେସ ଶାସନକାଳରେ ୬ଥର ସର୍ଜିକାଲ ଷ୍ଟ୍ରାଇକର ଦାବି, ମତ ରଖିଲେ ଉରୀ ସର୍ଜିକାଲ ଷ୍ଟ୍ରାଇକର ହିରୋ

୨୦୧୬ରେ ଉରୀ ଆକ୍ରମଣ ପରେ ଭାରତ ତରଫରୁ ପାକିସ୍ତାନରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ନେତୃତ୍ବ ନେଇଥିବା ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାପ୍ତ) ଡିଏସ ହୁଡ୍ଡା ୟୁପିଏ ସରକାର ଶାସନକାଳରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ଆପଣ ଏହାକୁ ସର୍ଜିକାଲ ଷ୍ଟ୍ରାଇକ କୁହନ୍ତୁ ଅବା କ୍ରସ ବର୍ଡର ଅପରେଶନ, ସେମାନେ ଏପରି କାର୍ଯ୍ୟ କରିଛନ୍ତି ।

By

Published : May 5, 2019, 2:36 AM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ରାଷ୍ଟ୍ରବାଦ ଓ ସେନା ପରି ବିଷୟକୁ ନେଇ ଜୋରଦାର ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଏହି ବିଷୟକୁ ନେଇ ନିର୍ବାଚନ ଲଢୁଛନ୍ତି । ଅନ୍ୟପକ୍ଷେ ରୋଜଗାର, କୃଷି ଓ ଦାରିଦ୍ର୍ୟତା ପରି ସମସ୍ୟା ଗୁଡିକ ନିର୍ବାଚନୀ ପ୍ରଚାରରୁ ଉଭେଇ ଯାଇଛି । ମୁଖ୍ୟତଃ ବିଜେପି ସର୍ଜିକାଲ ଷ୍ଟ୍ରାଇକକୁ ନେଇ ମୋଦି ସରକାରଙ୍କୁ ଶ୍ରେୟ ଦେଉଛି । ଏହାସହ ନିର୍ବାଚନୀ ପ୍ରଚାରରେ ସେନାର ବିରତ୍ବକୁ ନେଇ ଭୋଟ ମାଗିବାର ମଧ୍ୟ ଦେଖାଦେଇଛି । ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ ଏହାର କାଉଣ୍ଟର କରିବାରେ ଲାଗିପଡିଛି ।

ଅନ୍ୟପକ୍ଷେ ୨୦୧୬ରେ ଉରୀ ଆକ୍ରମଣ ପରେ ଭାରତ ତରଫରୁ ପାକିସ୍ତାନରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ନେତୃତ୍ବ ନେଇଥିବା ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାପ୍ତ) ଡିଏସ ହୁଡ୍ଡା ୟୁପିଏ ସରକାର ଶାସନକାଳରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ଆପଣ ଏହାକୁ ସର୍ଜିକାଲ ଷ୍ଟ୍ରାଇକ କୁହନ୍ତୁ ଅବା କ୍ରସ ବର୍ଡର ଅପରେଶନ, ସେମାନେ ଏପରି କାର୍ଯ୍ୟ କରିଛନ୍ତି । ସେନା ପୂର୍ବରୁ ଏପରି କାର୍ଯ୍ୟ କରି ଆସୁଛନ୍ତି । ମୋତେ ଅପରେଶନର ତାରିଖ ଓ ସ୍ଥାନଗୁଡିକ ଠିକ ଭାବେ ମନେ ନାହିଁ ବୋଲି କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାପ୍ତ) ହୁଡ୍ଡା ।

ବିଗତ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ଶାସନକାଳରେ ସେନା ତରଫରୁ ବହୁଥର ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି । କିନ୍ତୁ ତତ୍କାଳୀନ ସରକାର ଏହାକୁ କେବେ ମଧ୍ୟ ନିର୍ବାଚନ ଓ ଭୋଟ ପାଇବା ପାଇଁ ବ୍ୟବହାର କରିନାହିଁ । ଗତକାଲି(ଶନିବାର) କଂଗ୍ରେସ ମଧ୍ୟ ଦାବି କରିଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ବାଧୀନ ୟୁପିଏ ସରକାରଙ୍କ ଶାସନ କାଳରେ ଭାରତୀୟ ସେନାର ଯବାନ ତରଫରୁ ୬ ଥର ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି ।

ABOUT THE AUTHOR

...view details