ଓଡିଶା

odisha

ETV Bharat / bharat

ଆଖୁ ଚାଷୀଙ୍କୁ ମୋଦି କ୍ୟାବିନେଟର ଉପହାର, ଚିନି ରପ୍ତାନୀ ଉପରେ ସବସିଡି ଦେବେ ସରକାର - ଚିନି ରପ୍ତାନୀ

60 ଲକ୍ଷ ଟନ ଚିନି ରପ୍ତାନୀ ନେଇ ଘୋଷଣା କରିଛନ୍ତି ସରକାର । ଏଥିରୁ ହେବାକୁ ଥିବା ରୋଜଗାର ଓ ସବସିଡିକୁ ସିଧା 5 କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯିବ । ଅଧିକ ପଢନ୍ତୁ...

ଆଖୁ ଚାଷୀଙ୍କୁ ମୋଦି କ୍ୟାବିନେଟର ଉପହାର, ଚିନି ରପ୍ତାନୀ ଉପରେ ସବସିଡି ଦେବେ ସରକାର
ଆଖୁ ଚାଷୀଙ୍କୁ ମୋଦି କ୍ୟାବିନେଟର ଉପହାର, ଚିନି ରପ୍ତାନୀ ଉପରେ ସବସିଡି ଦେବେ ସରକାର

By

Published : Dec 16, 2020, 4:04 PM IST

Updated : Dec 16, 2020, 5:51 PM IST

ନୂଆଦିଲ୍ଲୀ:କୃଷି ଆଇନ ବିରୋଧରେ ଜାରି ଆନ୍ଦୋଳନ ମଧ୍ୟରେ ବୁଧବାର ଆଖୁ ଚାଷୀଙ୍କ ହିତରେ ବଡ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ । 60 ଲକ୍ଷ ଟନ ଚିନି ରପ୍ତାନୀ ନେଇ ଘୋଷଣା କରିଛନ୍ତି ସରକାର । ଏଥିରୁ ହେବାକୁ ଥିବା ରୋଜଗାର ଓ ସବସିଡିକୁ ସିଧା 5 କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯିବ । କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି ଏହାର ସୂଚନା ଦେଇଛନ୍ତି ।

କେନ୍ଦ୍ର କ୍ୟାବିନେଟର ଘୋଷଣା ଅନୁଯାୟୀ ଚଳିତ ବର୍ଷ ସରକାର 60 ଲକ୍ଷ ଚିନି ରପ୍ତାନୀ ଉପରେ ସବସିଡି ଦେବା ନେଇ ନିଷ୍ପତ୍ତି ନେଇଛି । ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସବସିଡି ଯିବ । ଏଥିପାଇଁ ଖର୍ଚ୍ଚ ହେବ 3500 କୋଟି ଟଙ୍କା । ଏହାସହ 18 ହଜାର କୋଟି ଟଙ୍କାର ଆୟକୁ ମଧ୍ୟ ଚାଷୀଙ୍କ ଖାତାକୁ ଯିବ ।

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ 5 କୋଟି ଚାଷୀଙ୍କ ମିଳିବ ଏହାର ଲାଭ । 1 ସପ୍ତାହ ମଧ୍ୟରେ 5000 କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ଚାଷୀଙ୍କୁ ମିଳିବ । 60 ଲକ୍ଷ ଟନ ଚିନିକୁ ପ୍ରତି ଟନ ପିଛା 6 ହଜାର ଟଙ୍କା ହିସାବରେ ରପ୍ତାନୀ କରାଯିବ ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଚଳିତବର୍ଷ 310 ଲକ୍ଷ ଟନ ଚିନି ଉତ୍ପାଦନ ହେବ । ଚିନିର ଦର କମ ରହିଥିବା ଯୋଗୁଁ ଚାଷୀ ଓ ଉଦ୍ୟୋଗ ସଙ୍କଟରେ ରହିଛନ୍ତି । ଏହି ସଙ୍କଟ ଦୂର କରିବାକୁ 60 ଲକ୍ଷ ଟନ ଚିନି ରପ୍ତାନୀ କରିବା ଓ ଏହାର ସବସିଡିକୁ ଚାଷୀଙ୍କ ଖାତାକୁ ଟ୍ରାନ୍ସଫର କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

Last Updated : Dec 16, 2020, 5:51 PM IST

ABOUT THE AUTHOR

...view details