ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ୍ । ଯାହାକୁ ନେଇ ଗୃହରେ ହୋହାଲ୍ଲା ହେବାର ଆଶଙ୍କା ପ୍ରକାଶ ପାଇଛି । ସେପଟେ ଏହି ବିଲ୍କୁ ନେଇ ମୋଦି ସରକାରଙ୍କୁ ଲୁଚି ଲୁଚି ସମର୍ଥନ କରୁଥିବା ଦଳଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ସରକାରଙ୍କ ସମର୍ଥନ କରିବା ପାଇଁ କକ୍ଷତ୍ୟାଗ କରିବା ସବୁଠୁ ସହଜ ଉପାୟ ବୋଲି ସେ କହିଛନ୍ତି ।
ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ବୁଧବାର ଟ୍ବିଟ କରି କହିଛନ୍ତି, 'ଆଜି ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ୍ ଉପରେ ଚର୍ଚ୍ଚା ହେବ । ତେବେ ବିଜେପି ଏବଂ ଆରଏସଏସର ବିଚାରଧାରାକୁ ବିରୋଧ କରୁଥିବା ଲୋକ ମୋଦି ସରକାରଙ୍କୁ ସମର୍ଥନ ଦେବା ପାଇଁ କିପରି କକ୍ଷତ୍ୟାଗ କରିବେ ତାହା ଦେଖିବା ରୋମାଞ୍ଚକର ହେବ ।'