ଓଡିଶା

odisha

ETV Bharat / bharat

ସିଏଏ ପ୍ରତିବାଦ: ଅଯୋଧ୍ୟାରେ କର୍ଫ୍ୟୁ ଅବଧି ଫେବୃୟାରୀ 25 ପର୍ଯ୍ୟନ୍ତ ବୃଦ୍ଧି - NRC

ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନକୁ ଦେଖି ଅଯୋଧ୍ୟା ଜିଲ୍ଲା ପ୍ରଶାସନ ଧାରା 144ର ଅବଧି ବୃଦ୍ଧି କରିଛି । ଉତ୍ତର ପ୍ରଦେଶର ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

caa-protest-section-144-extend-up-to-25-february-in-ayodhya-all-programme-banned
ଅଯୋଧ୍ୟାରେ କର୍ଫ୍ୟୁ ବୃଦ୍ଧି

By

Published : Dec 28, 2019, 11:35 PM IST

ଅଯୋଧ୍ୟା: ନାଗରିକ ସଂଶୋଧନକୁ ନେଇ ସାରା ଦେଶରେ ବ୍ୟାପକ ପରିମାଣରେ ହିଂସା ସୃଷ୍ଟି ହୋଇଛି । ସିଏଏକୁ ନେଇ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଧାରା 144ର ଅବଧି 25 ଫେବୃୟାରୀ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସ୍ଥାନୀୟ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲାର ସମସ୍ତ କାର୍ଯ୍ୟକ୍ରମ ଉପରେ ବାତିଲ କରାଯାଇଛି ।

ଜିଲ୍ଲା ପ୍ରଶାସନର ବିନା ଅନୁମତିରେ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର 21 ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଜିଲ୍ଲାପାଳ କହିଛନ୍ତି ଧୀରେ ଧୀରେ ଅବସ୍ଥାରେ ପରିବର୍ତ୍ତନ ଆସିଲେ ଇଣ୍ଟରନେଟ ସେବା ଆରମ୍ଭ କରାଯିବ । ଉତ୍ତରପ୍ରଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ହୋଇଥିବା ହିଂସା ସୃଷ୍ଟି ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ 1246 ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସ 5 ହଜାର 558 ଜଣକୁ ପୋଲିସ ହେପାଜତରେ ରଖାଯାଇଛି । ଉତ୍ତରପ୍ରଦେଶ ହୋଇଥିବା ହିଂସା ଯୋଗୁଁ 372 ମାମଲା ଦାୟର କରାଯାଇଛି । ସିଏଏକୁ ବିରୋଧ ପ୍ରଦର୍ଶନ ବେଳେ 19 ଜଣଙ୍କର ମୃତ୍ୟୁ ଘଟିଛି । ନାଗରିକ ସଂଶୋଧନ ଆଇନର ହିଂସା ଯାଞ୍ଚ ପାଇଁ ଉତ୍ତର ପ୍ରଦେଶ ସରକାର ଏସଆଇଟି ଗଠନ କରିଛନ୍ତି ।

ସୋସିଆଲ ମିଡିଆରେ ମଧ୍ୟ ଦଙ୍ଗା ଉସୁକାଉଥିବା ଭିଡିଓ ଓ ବୟାନ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲାରେ 125 ଜଣଙ୍କୁ ଗିରଫ କରାଯାଇଛି । ଆଇଟି ଆଇନ ଅନୁସାରେ 95 ମାମଲା ଦାୟର କରାଯାଇଛି । ଉତ୍ତରପ୍ରଦେଶ ପୋଲିସ 20 ହଜାର 950 ସୋସିଆଲ ମିଡିଆ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ABOUT THE AUTHOR

...view details