ଓଡିଶା

odisha

ETV Bharat / bharat

ସିଏଏ ତାତି: ମୌଜପୁରରେ ପଥର ମାଡ, ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୋଲିସ - ଦ୍ବିତୀୟ ଶାହିନବାଗ ସ୍ଥିତି

ଶାହିନବାଗ ପରେ ବର୍ତ୍ତମାନ ଚାନ୍ଦବାଗ ଓ ଜାଫରାବାଦରେ ମଧ୍ୟ ସିଏଏକୁ ନେଇ ପ୍ରଦର୍ଶନ ଜାରି ରହିଛି । ଜାଫରାବାଦ ମେଟ୍ରୋ ଷ୍ଟେସନ ପାଖରେ ରାତି ଅଧରେ କିଛି ମହିଳା ରାସ୍ତା ଜାମ୍ କରିବା ସହ ସିଏଏ ବିରୋଧରେ ପ୍ରଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

CAA protest in different place of delhi
ଦିଲ୍ଲୀରେ ଦ୍ବିତୀୟ ଶାହିନବାଗ ସ୍ଥିତି

By

Published : Feb 23, 2020, 4:58 PM IST

Updated : Feb 23, 2020, 6:34 PM IST

ନୂଆଦିଲ୍ଲୀ: ଶାହିନବାଗ ପରେ ବର୍ତ୍ତମାନ ଚାନ୍ଦବାଗ ଓ ଜାଫରାବାଦରେ ମଧ୍ୟ ସିଏଏକୁ ନେଇ ପ୍ରଦର୍ଶନ ଜାରି ରହିଛି । ମୌଜପୁର ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ ପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ । ଅନ୍ୟପକ୍ଷେ ହିଂସାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସଦରଥାନା ରୋଡ୍, ଝାନ୍ସୀ ରୋଡ, ଫୈଜ୍ ରୋଡ, ନ୍ୟୁ ରୋହତକ ରୋଡ, ଇଦଗାହ ରୋଡରେ ସୋମବାର(24 ଫେବୃଆରୀ) ଯାତ୍ରା ନକରିବାକୁ ସୂଚନା ଦେଇଛି ଦିଲ୍ଲୀ ଟ୍ରାଫିକ ପୋଲିସ ।

ଦିଲ୍ଲୀରେ ଦ୍ବିତୀୟ ଶାହିନବାଗ ସ୍ଥିତି
ଦିଲ୍ଲୀରେ ଦ୍ବିତୀୟ ଶାହିନବାଗ ସ୍ଥିତି

ଏହାସହ ଜାଫରାବାଦ ମେଟ୍ରୋ ଷ୍ଟେସନ ନିକଟରେ ରାତି ଅଧରେ କିଛି ମହିଳା ରାସ୍ତା ଜାମ୍ କରିବା ସହ ସିଏଏ ବିରୋଧରେ ପ୍ରଦର୍ଶନ କରିଥିଲେ । ଏହି ରାସ୍ତା ବନ୍ଦ ହେବା କାରଣରୁ ମୌଜପୁର ଓ ଯମୁନାବିହାର ଯିବା ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି । ଦିଲ୍ଲୀର ପ୍ରାୟ ଅଧାରୁ ଅଧିକ ରାସ୍ତା ବର୍ତ୍ତମାନ ବନ୍ଦ ରହିଛି ।

ଦିଲ୍ଲୀରେ ଦ୍ବିତୀୟ ଶାହିନବାଗ ସ୍ଥିତି

ଅନ୍ୟପକ୍ଷେ ପ୍ରଦର୍ଶନକାରୀଙ୍କ ବିରୋଧରେ ବିଜେପି ନେତା କପିଲ ମିଶ୍ରା ମଧ୍ୟ ନିଜ ସମର୍ଥକଙ୍କୁ ନେଇ ରାସ୍ତାରେ ବସିଛନ୍ତି । ଦିଲ୍ଲୀରେ ଦ୍ବିତୀୟ ଶାହିନବାଗ ହେବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି । ହିନ୍ଦୁ ସଙ୍ଗଠନର କର୍ମୀ ମୌଜପୁର ରାସ୍ତାରେ ସିଏଏ ସମର୍ଥନରେ ରାଲି କରିଛନ୍ତି । କପିଲ ମିଶ୍ରା ମଧ୍ୟ ସେଠାରେ ଉପସ୍ଥିତ ରହି ସମର୍ଥକକାରୀଙ୍କ ସହ We support CAAର ନାରା ଲଗାଉଛନ୍ତି ।

ଦିଲ୍ଲୀରେ ଦ୍ବିତୀୟ ଶାହିନବାଗ ସ୍ଥିତି

ସୁରକ୍ଷାକୁ ଦୃଷ୍ଟିରେ ରଖିତ ଜାଫରାବାଦ ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି । ବିପୁଳ ସଂଖ୍ୟାରେ ସୁରକ୍ଷାବଳ ମୁତୟନ ଅଛନ୍ତି । ପାରାମିଲିଟାରୀ ଫୋର୍ସ ସେଠାରେ ଉପସ୍ଥିତ ଅଛି । ଏହାସହ ମହିଳା ପୋଲିସକର୍ମଚାରୀ ମଧ୍ୟ ମୁତୟନ ଅଛନ୍ତି ।

ପ୍ରକାଶଥାଉକି, ଶନିବାର ରାତି ପ୍ରଥମେ ରୋଡ୍ ନମ୍ବର 66ରେ ଆସି ଏକାଠି ହୋଇଥିଲେ ବିକ୍ଷୋଭକାରୀ । ଏହାପରେ ସିଲମପୁର, ମୌଜପୁର ଓ ଯମୁନାବିହାରକୁ ଏହି ପ୍ରଦର୍ଶନ ଲମ୍ବିଥିଲା । ବିରୋଧରେ ସାମିଲ ଥିବା ମହିଳାଙ୍କ କହିବାନୁସାରେ, ଶାହିନବାଗ ଭଳି ଆମେ ମଧ୍ୟ ସିଏଏକୁ ବିରୋଧ କରୁଛୁ । ହାତରେ ତ୍ରିରଙ୍ଗା ଧରି ଆଜାଦୀର ନାରା ଲଗାଇଥିଲେ । ଅନ୍ୟପକ୍ଷେ ପ୍ରଦର୍ଶନରେ ଅନେକ ମହିଳା ହାତରେ ନୀଳ ରଙ୍ଗର ବ୍ୟାଣ୍ଡ ଲଗାଇ ଜୟ ଭୀମର ନାରା ମଧ୍ୟ ଦେଇଥିଲେ ।

Last Updated : Feb 23, 2020, 6:34 PM IST

ABOUT THE AUTHOR

...view details