ସିଏଏ ପ୍ରତିବାଦ: ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଲିସ କନେଷ୍ଟବଳ ମୃତ - CAA
16:02 February 24
ସିଏଏ ପ୍ରତିବାଦ ବେଳେ ଦିଲ୍ଲୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଜଣେ ପୋଲିସ କର୍ମୀ ମୃତ । ଅଧିକ ପଢନ୍ତୁ...
ନୂଆଦିଲ୍ଲୀ:ଦେଶରେ ଥମିବାର ନାଁ ଧରୁନି ସିଏଏ ହିଂସା । ଆଜି ଦିଲ୍ଲୀରେ ପୁଣି ଦେଖାଦେଇଛି ପ୍ରତିବାଦ । ଏହି ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ବେଳେ ଡିସିପି ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ଦିଲ୍ଲୀ ଗୋଲକପୁରୀ ଅଞ୍ଚଳରେ ଘଟିଛି ଏହି ଅଘଟଣ । ଉତ୍ତର-ପୂର୍ବ ଦିଲ୍ଲୀରେ ପ୍ରତିବାଦକୁ ଆଖିରେ ରଖି ଧାରା 144 ଜାରି କରାଯାଇଛି । ବର୍ତ୍ତମାନ ଅବସ୍ଥାରେ ସୁଧାର ଆଣିବାକୁ ଚେଷ୍ଟା ଚାଲିଛି ।
@ANI