ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏହାର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏପରିକି ସିଏଏ ଏବଂ ଏନଆରସି ବିରୋଧରେ ସିଲିଗୁଡିରେ ଶୋଭାଯାତ୍ରା ବାହାର କରିଛନ୍ତି ସେ।
ସିଏଏ ବିରୋଧରେ ପଶ୍ଚିମବଙ୍ଗ-ଦିଲ୍ଲୀ-ମହାରାଷ୍ଟ୍ରରେ ବିକ୍ଷୋଭ ଜାରି - caa nrc protest
ସିଏଏ ବିରୋଧରେ ଆଜି ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଏଏ ଏବଂ ଏନଆରସି ବିରୋଧରେ ସିଲିଗୁଡିରେ ଶୋଭାଯାତ୍ରା ବାହାର କରିଛନ୍ତି।
ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ଆଜି ମଣ୍ଡି ହାଉସରୁ ଯନ୍ତରମନ୍ତର ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାର କରାଯାଇଛି। ଏଥିରେ କିନ୍ନର ସାମିଲ ହେବା ସହ, ଏହି ଆଇନକୁ ଫେରାଇ ନେବାକୁ ସେମାନେ ଦାବି କରିଛନ୍ତି। ସେପଟେ ମୁମ୍ବାଇରେ ମଧ୍ୟ ସିଏଏ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଛି। ଜମାତ-ଏ-ଇସଲାମୀ ଏବଂ ଶିବସେନା ଏହି ଆଇନ୍ ବିରୋଧରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।
ଏହା ବ୍ୟତୀୟ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି ଜାନୁଆରୀ 4-5ରେ ସିଏଏ ବିରୋଧରେ ରାଲି ବାହାର କରିବେ। ଏଥି ପାଇଁ ତାଙ୍କୁ ହାଇଦ୍ରାବାଦ ପୋଲିସ ପକ୍ଷରୁ ଅନୁମତି ମିଳିଛି।