ଓଡିଶା

odisha

ETV Bharat / bharat

‘ମୁସଲିମ ବିରୋଧୀ ନୁହେଁ ନାଗରିକତା ସଂଶୋଧନ ଆଇନ’

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶରେ ସୃଷ୍ଟି ହୋଇଥିବା ହିଂସା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର । ସେ କହିଛନ୍ତି ଏହି ଆଇନ ଦେଶ ବିରୋଧୀ କିମ୍ବା ମୁସଲିମ ବିରୋଧୀ ନୁହେଁ । ଯଦି ବା ପ୍ରତିବାଦ କରିବାର ଅଛି ଶାନ୍ତିପୂର୍ଣ୍ଣ ଉପାୟରେ କରାଯାଉ ବୋଲି ସେ କହିଛନ୍ତି ।

Gautam Gambhir
Gautam Gambhir

By

Published : Dec 22, 2019, 1:47 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପି ଜାରି ରହିଛି ପ୍ରତିବାଦ ପ୍ରଦର୍ଶନ । ଦେଶରେ ଜାରି ରହିଥିବା ଅଶାନ୍ତ ସ୍ଥିତିକୁ ସୁଧାରିବା ସହ ଦେଶରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର । ଏହି ଆଇନ ଦେଶ ବିରୋଧି କିମ୍ବା ମୁସଲମାନ ବିରୋଧି ନୁହେଁ ବୋଲି ସେ କହିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗମ୍ଭୀର କହିଛନ୍ତି, ସିଏଏ ନାଗରିକତା ଦେବା ପାଇଁ ଆଇନରେ ପରିଣତ ହୋଇଛି, ଦେଶର ନାଗରିକଙ୍କୁ ଦୂରେଇ ଦେବା ପାଇଁ ନୁହେଁ । ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି । ନାଗରିକତା ସଂଶୋଧନ ଆଇନ କଦାପି ଦେଶ ବିରୋଧି କିମ୍ବା ମୁସଲିମ ବିରୋଧି ନୁହେଁ ବୋଲି କହିଛନ୍ତି ସାଂସଦ ଗମ୍ଭୀର ।

ସେ କହିଛନ୍ତି, ଏହା ପୂର୍ବରୁ ମୁଁ ଟ୍ବିଟର ଜରିଆରେ ଏକ ଭିଡ଼ିଓ ମଧ୍ୟ ଜାରି କରିଥିଲି । ସେଥିରେ ମଧ୍ୟ ଶାନ୍ତି ପୂର୍ବକ ପ୍ରତିବାଦ କରିବାକୁ ନିବେଦନ କରିଥିଲି । ଦେଶର କୌଣସି ସରକାରୀ ସମ୍ପତିର କ୍ଷତି ନଘଟିବାକୁ ସେଥିରେ ନିବେଦନ କରିଥିବା ସେ କହିଛନ୍ତି । ଏହି ଆଇନକୁ ନେଇ କୌଣସି ରାଜନୈତିକ ଦଳ ରାଜନୀତି କରନ୍ତୁ ନାହିଁ । ଦେଶର ଯୁବକମାନଙ୍କୁ ସନ୍ଦେଶ ଦେବାକୁ ଯାଇ ସେ କହିଛନ୍ତି ଭବିଷ୍ୟତ ନିର୍ମାଣ କରିବା ସମୟରେ ଦେଶର ସମ୍ପତି ନଷ୍ଟ କରିବା ଉଚିତ ନୁହେଁ । ଜନସାଧାରଣ ଆଇନକୁ ହାତକୁ ନନେଇ, ସମ୍ମାନ ଦେବା ଜରୁରା ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ଗମ୍ଭୀର ।

ABOUT THE AUTHOR

...view details