ଓଡିଶା

odisha

ETV Bharat / bharat

ସିଏଏ ପ୍ରସଙ୍ଗରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ - G Kishan Reddy statement on CAA

ନାଗରିକତା ସଂଶୋଧନ ଆଇନ(ସିଏଏ) ନିଆଁରେ ସାରା ଦେଶ ଜଳିବାରେ ଲାଗିଛି। ଗତକାଲି ଉତ୍ତର ପ୍ରଦେଶରେ ଏହାକୁ ନେଇ ପ୍ରବଳମାତ୍ରାରେ ବିରୋଧ ଓ ହିଂସା ଦେଖିବାକୁ ମିଳିଥିଲା। ଏ ପ୍ରସଙ୍ଗରେ ମତ ରଖି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜୀ.କିଶନ ରେଡ୍ଡୀ କହିଛନ୍ତି ଯେ, ବର୍ତ୍ତମାନର ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି।

_statement
ଫାଇଲ ଫଟୋ

By

Published : Dec 20, 2019, 11:19 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଆଇନ ନିଆଁରେ ସାରା ଦେଶ ଜଳିବାରେ ଲାଗିଛି। ଗତକାଲି ଉତ୍ତର ପ୍ରଦେଶରେ ଏହାକୁ ନେଇ ପ୍ରବଳ ମାତ୍ରାରେ ବିରୋଧ ଓ ହିଂସା ଦେଖିବାକୁ ମିଳିଥିଲା। ଏ ପ୍ରସଙ୍ଗରେ ମତ ରଖି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜି.କିଶନ ରେଡ୍ଡୀ କହିଛନ୍ତି ଯେ, ବର୍ତ୍ତମାନର ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି। ଯେଉଁମାନେ ଦେଶରେ ହିଂସା କିମ୍ବା ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଛନ୍ତି ସେମାନଙ୍କୁ ଛଡା ଯିବନାହିଁ। ଆଗାମୀ 2-3 ମଧ୍ୟରେ ସମସ୍ତ ରାଜ୍ୟରେ ସ୍ଥିତି ସୁଧୁରି ଯିବା ନେଇ ଆଶାବାଦୀ ଅଛନ୍ତି କେନ୍ଦ୍ରମନ୍ତ୍ରୀ।

ସିଏଏ ପ୍ରସଙ୍ଗରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବା ପୂର୍ବରୁ ଏ ବାବଦରେ ଅଧ୍ୟୟନ କରି ଆସିବା ପାଇଁ ନିବେଦନ କରିଛନ୍ତି। ଏହି ଆଇନ କୌଣସି ଭାରତୀୟ ନାଗରିକ କିମ୍ବା ଅଞ୍ଚଳ କିମ୍ବା ଜାତି ବିରୋଧରେ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ।

ଅନ୍ୟପଟେ ସିଏଏ ପ୍ରସଙ୍ଗରେ ଦିଲ୍ଲୀରେ ଆନ୍ଦୋଳନ କରିଥିବା ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ରେଡ୍ଡୀ କହିଛନ୍ତି ଯେ, ଦିଲ୍ଲୀ ପୋଲିସ କାହାକୁ ମାରୁନାହିଁ। ବଂର ସେମାନେ ପରିସ୍ଥିତିକୁ ସମ୍ଭାଳୁଛନ୍ତି। ଏପରି ହେବା ମଧ୍ୟ ଆବଶ୍ୟକ।

ABOUT THE AUTHOR

...view details