ଓଡିଶା

odisha

ETV Bharat / bharat

ଉତ୍ତମ ସ୍ମାର୍ଟଫୋନ୍ ପାଇଁ ଜରୁରୀ ହାଇ ପ୍ରୋସେସର

ଟେମାର ଚେୟାରମ୍ୟାନ ପ୍ରଫେସର ଏନ କେ ଗୋୟଲ ସ୍ମାର୍ଟଫୋନ୍ କିଣିବା ପୂର୍ବରୁ ଏହାର ଉପଯୁକ୍ତ ଗୁଣବତ୍ତା ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ମୋବାଇଲ ପ୍ରୋସେସର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ । ଏହାକୁ ଫୋନର ବ୍ରେନ କହିଲେ ଭୁଲ ହେବ ନାହିଁ । ଅଧିକ ପଢ଼ନ୍ତୁ...

ଉତ୍ତମ ସ୍ମାର୍ଟଫୋନ୍ ପାଇଁ ଜରୁରୀ ହାଇ ପ୍ରୋସେସର
ଉତ୍ତମ ସ୍ମାର୍ଟଫୋନ୍ ପାଇଁ ଜରୁରୀ ହାଇ ପ୍ରୋସେସର

By

Published : Jun 16, 2020, 3:51 AM IST

ହାଇଦ୍ରାବାଦ: ବର୍ତ୍ତମାନର ଯୁଗରେ ସ୍ମାର୍ଟଫୋନ୍ ବ୍ୟବହାର ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ ହୋଇପଡିଛି । ଏହା ବିନା ଗୋଟିଏ ମୂହୂର୍ତ୍ତ ବି କାଟିବା ଅସମ୍ଭବ ହୋଇପଡୁଛି । ତେବେ ଆଜିର ଯୁଗରେ ଫୋନ୍ କିଣିବା ପୂର୍ବରୁ ଅନେକ ସାବଧାନ ପରଖିବାର ଆବଶ୍ୟକତା ରହିଛି । ନଚେତ୍ ଖରାପ ଫୋନ୍ ପାଇବା ସହ ଠକିଯିବାର ସମ୍ଭାବନା ରହିଛି ।

ଏଥିପାଇଁ ଟେମାର ଚେୟାରମ୍ୟାନ ପ୍ରଫେସର ଏନକେ ଗୋୟଲ ସ୍ମାର୍ଟଫୋନ୍ କିଣିବା ପୂର୍ବରୁ ଏହାର ଉପଯୁକ୍ତ ଗୁଣବତ୍ତା ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ମୋବାଇଲ ପ୍ରୋସେସର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ । ଏହାକୁ ଫୋନର ବ୍ରେନ କହିଲେ ଭୁଲ ହେବ ନାହିଁ । ଫୋନରେ ବିଭିନ୍ନ ପ୍ରକାର ପ୍ରୋସେସର ରହିଛି । କିଛି ଅତ୍ୟାଧୁନିକ ପ୍ରୋସେସର ରହିଛି ଯାହା ଫୋନକୁ ଅଧିକ ସ୍ପିଡ୍ କରିଥାଏ । ପ୍ରୋସେସର ବିଷୟରେ ଜାଣିନେବା ବୁଦ୍ଧିମାନର କାର୍ଯ୍ୟ । ଏହା ହିଁ ଗୋଟିଏ ଉତ୍ତମ ମୋବାଇଲ ବାଛିବାର ଶ୍ରେଷ୍ଠ ପଦ୍ଧତି ବୋଲି ସେ କହିଛନ୍ତି ।

ସେହିପରି ଗୋୟଲ କହିଛନ୍ତି ଯେ ଲାଟେଷ୍ଟ କୋର୍ କିମ୍ବା ହାଇସ୍ପିଡ ଦେଖି ମୋବାଇଲ କିଣନ୍ତୁ ନାହିଁ । କେବଳ ଭଏସ ମେସେଜ, ଏସଏମଏସ କିମ୍ବା ହ୍ବାଟ୍ସ ଆପ୍ କରୁଥିଲେ କୌଣସି ପ୍ରକାର ଫୋନ୍ କିମ୍ବା କୋର୍ ବ୍ୟବହାର କରନ୍ତୁ କିଛି ଫରକ ପଡିବନି । କିନ୍ତୁ ଅଳ୍ପ ପ୍ରୋସେସର ଦ୍ବାରା ଆପଣଙ୍କ ଫୋନରେ କେବଳ ଭିଡିଓ 1 ମିନିଟ୍ ଯାଏଁ ସପୋର୍ଟ କରିବ । ଲମ୍ବା ଭିଡିଓ ହେଉ କିମ୍ବା ପେସାଦାର ଭାବେ ଯଦି ଫୋନ୍ ବ୍ୟବହାର କରିବାକୁ ଚାହାନ୍ତି ତେବେ ଆପଣ ବଡ ପ୍ରୋସେସର ଥିବା ଫୋନ୍ ବ୍ୟବହାର କରନ୍ତୁ । ଏହା ହୁଏତ ଅଧିକ ମହଙ୍ଗା ପଡିପାରେ କିନ୍ତୁ ଏହା ଖୁବ୍ ଉତ୍ତମ ଏବଂ ଆରାମରେ ବ୍ୟବହାର କରିବାକୁ ଭଲ ଲାଗିବ ବୋଲି ସେ କହିଛନ୍ତି ।

For All Latest Updates

ABOUT THE AUTHOR

...view details