ଓଡିଶା

odisha

ETV Bharat / bharat

ଅଗଷ୍ଟ 17ରେ ବଟର ଫେଷ୍ଟିଭାଲ, ଦୁଗ୍ଧ ଓ ଦହିରେ ଖେଳାଯିବ ହୋଲି

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଅଗଷ୍ଟ 17ରେ ପାଳନ କରାଯିବ ଅନ୍ଦୁଡି ବା ବଟର ଫେଷ୍ଟିଭାଲ । ଭଗବାନଙ୍କୁ କ୍ଷୀର ଦହି ଅର୍ପଣ କରାଯାଇ ଲୋକନୃତ୍ୟୁ ସହ ଖେଳାଯିବ ହୋଲି ।

By

Published : Aug 13, 2019, 2:56 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଡେରାଡୁନ: ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀରେ ଶ୍ରାବଣ-ଭାଦ୍ରବ ମାସରେ ଉଚ୍ଚ ହିମାଳୟ କ୍ଷେତ୍ରରେ ପାଳନ ହେଉଥିବା ଅନ୍ଦୁଡି ପର୍ବର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗ୍ରାମୀଣ ବୁଗ୍ୟାଲୋରେ(ପାହାଡର ଉପରିସ୍ଥ ଏକ ସ୍ଥାନ) ଏକ ବିଶେଷ ଦିନ ବାହାର କରି ନିଜର ଆରାଧ୍ୟ ଦେବତାଙ୍କୁ ଦୁଗ୍ଧ ଓ ଦହି ଅର୍ପଣ କରି ଲୋକନୃତ୍ୟ କରିଥାନ୍ତି । ଏହାସହ ଜଣେ ଆଉ ଜଣଙ୍କ ଉପରେ ଦୁଗ୍ଧ ଓ ଦହି ଲଗେଇ ହୋଲି ଖେଳିଥାନ୍ତି । ଏହାକୁ ମଧ୍ୟ ବଟର ଫେସଟିଭାଲ କୁହାଯାଏ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଉତ୍ତରକାଶୀର ଗାଁ ମାନଙ୍କରେ ଶ୍ରାବଣ ଓ ଭାଦ୍ରବ ମାସରେ ପାହଡର ଉପରି ଭାଗରେ ଅତ୍ୟଧିକ ଘାସ ହୋଇଥାଏ । ସେନେଇ ଗାଁ ଲୋକେ ନିଜର ଗୋରୁଗାଇ, ଛେଳୀ, ମଇଁଷିଙ୍କୁ ଉପରକୁ ଚରେଇବାକୁ ନେଇଥାନ୍ତି । ଆଉ ଏହାକୁ ଖାଇ ସେମାନେ ମଧ୍ୟ ଅଧିକ କ୍ଷୀର ଦେଇଥାନ୍ତି । ଆଉ ଏଥିପାଇଁ ଗାଁଲୋକେ ବହୁତ ଖୁସି ହୋଇଯାନ୍ତି । ଏହାପରେ ସେମାନେ ଅନ୍ଦୁଡି ପର୍ବ ବା ବଟର ଫେଷ୍ଟିଭାଲ ଅତି ଧୁମଧାମରେ ପାଳନ କରିଥାନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଚଳିତବର୍ଷ ଅଗଷ୍ଟ 17ରେ ଏହି ପର୍ବ ଅତି ଧୁମଧାମରେ ପାଳନ କରାଯିବ ଯାହାକୁ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ABOUT THE AUTHOR

...view details