ଓଡିଶା

odisha

ETV Bharat / bharat

ଚାଇନିଜ ସାମ୍ବାଦିକଙ୍କ ଟ୍ବିଟ୍‌ର ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା - ଚାଇନିଜ ସାମ୍ବାଦିକଙ୍କ ଟ୍ବିଟର ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା

ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରାୟ 59ଟି ଚାଇନିଜ୍ ଆପ୍ ବ୍ୟାନ କରିଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଚୀନ ସମ୍ପୂର୍ଣ୍ଣ ଭାବେ ସ୍ଥିତି ହରାଇ ବସିଛି । ଏନେଇ ଚୀନ ଭାରତ ସହ ବୟାନ ତୀବ୍ର ହେବାରେ ଲାଗିଛି । ଏହାର ଜବାବ ଦେଇଛନ୍ତି ପ୍ରସିନ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ।

ଆନନ୍ଦ ମହିନ୍ଦ୍ରା
ଆନନ୍ଦ ମହିନ୍ଦ୍ରା

By

Published : Jul 1, 2020, 3:48 PM IST

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରାୟ 59ଟି ଚାଇନିଜ୍ ଆପ୍ ବ୍ୟାନ କରିଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଚୀନ ସମ୍ପୁର୍ଣ୍ଣ ଭାବେ ସ୍ଥିତି ହରାଇ ବସିଛି, ଏନେଇ ଚୀନ ଭାରତ ସହ ବୟାନ ତୀବ୍ର ହେବାରେ ଲାଗିଛି ।

ପ୍ରକାଶଥାଉକି, ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସର ସମ୍ପାଦକ ହୁ ସିଜିନ ଚାଇନିଜ୍ ଆପ୍ ବ୍ୟାନ ଉପରେ ଏକ ଟ୍ବିଟ କରିଛନ୍ତି। ଏହି ଟ୍ବିଟରେ ସେ କହିଛନ୍ତି, ଯଦି ଚୀନ ନାଗରିକ ଭାରତୀୟ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହାଁନ୍ତି ତେବେ ସେମାନଙ୍କ ପାଖରେ କୌଣସି ବିକଳ୍ପ ନାହିଁ । ତେଣୁ ଭାରତୀୟଙ୍କ ପାଖରେ ଜାତୀୟତାବାଦ ଅପେକ୍ଷା ଆଉ କିଛି ଗୁରୁତ୍ବପୂର୍ଣ୍ଣ ହେବା ଉଚିତ୍ । ଏହାର ଜବାବରେ ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଆଉ ଏକ ଟ୍ବିଟ କରି ଉତ୍ତର ଦେଇଛନ୍ତି ।

ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଟ୍ବିଟ କରି କହିଛନ୍ତି, ‘ମୁଁ ନିଃସନ୍ଦେହ କି ଏହି ପ୍ରତିକ୍ରିୟା ଭାରତୀୟ ଶିଳ୍ପ ପାଇଁ ସବୁଠାରୁ ପ୍ରଭାବଶାଳୀ ଓ ପ୍ରେରଣାଦାୟକ ହୋଇପାରେ। ଆମକୁ ଉତ୍ସାହିତ କରିଥିବାରୁ ଧନ୍ୟବାଦ, ଆମେ ଶୀଘ୍ର ଉତ୍ତର ଦେବୁ ’।

ଏହାପୂର୍ବରୁ ଟିକଟକ୍ ବ୍ୟାନ ଉପରେ ମଧ୍ୟ ମହିନ୍ଦ୍ରା ପ୍ରତିକ୍ରିୟା ରଖିଥିଲେ । ସେ ଟ୍ବିଟ କରି କହିଥିଲେ, ‘ମୁଁ ଟିକଟକ୍ ଡାଉନଲୋଡ୍ କରି ନାହିଁ କିନ୍ତୁ ମୁଁ ଚିଙ୍ଗାରୀ ଡାଉନଲୋଡ୍ କରିଛି ’। ପ୍ରକାଶଥାଉକି, ନିକଟରେ ଗଲୱାନ ଉପତ୍ୟକାରେ ଚୀନର କାର୍ଯ୍ୟକଳାପ ବୃଦ୍ଧି କାରଣରୁ 2 ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଫଳରେ ଭାରତ ନିଜର 20 ଯବାନଙ୍କୁ ହରେଇଥିଲା । ସେବେଠାରୁ ଚୀନ ଓ ଚାଇନିଜ ସାମଗ୍ରୀକୁ ବଏକଟ୍ କରିବାକୁ ଅଭିଯାନ ତୀବ୍ର ହୋଇଛି ।

ABOUT THE AUTHOR

...view details