ଓଡିଶା

odisha

By

Published : Mar 11, 2020, 3:24 AM IST

ETV Bharat / bharat

ବିଧାୟକ ଲୁଚାଇବା ପ୍ରତିଯୋଗୀତା; ନିଜ ବିଧାୟକଙ୍କୁ ବାହାରକୁ ପଠାଇଲା ବିଜେପି

ମଧ୍ୟ ପ୍ରଦେଶ ରାଜନୀତିକୁ ନେଇ ବଢୁଛି ସସପେନ୍ସ । କ୍ଷମତା ଦଖଲ ପାଇଁ ବିଜେପି କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ବଳ କଷାକଷି । କିଏ କେତେ ନିଜ ବିଧାୟକଙ୍କୁ ସୁରକ୍ଷିତ ରଖିପାରୁଛି ତାକୁ ନେଇ ଏବେ ଚାଲିଛି ପ୍ରତିଯୋଗୀତା । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ବିଧାୟକ ଲୁଚାଇବା ପ୍ରତିଯୋଗୀତା
ବିଧାୟକ ଲୁଚାଇବା ପ୍ରତିଯୋଗୀତା

ଭୋପାଳ: ମଧ୍ୟ ପ୍ରଦେଶ ରାଜନୀତିକୁ ନେଇ ବଢୁଛି ସସପେନ୍ସ । କ୍ଷମତା ଦଖଲ ପାଇଁ ବିଜେପି କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ବଳ କଷାକଷି । କିଏ କେତେ ନିଜ ବିଧାୟକଙ୍କୁ ସୁରକ୍ଷିତ ରଖିପାରୁଛି ତାକୁ ନେଇ ଏବେ ଚାଲିଛି ପ୍ରତିଯୋଗୀତା । କଂଗ୍ରେସ ନିଜ ବିଧାୟକଙ୍କୁ ଫେରାଇ ଆଣିବା ପାଇଁ 3 ଜଣ ମନ୍ତ୍ରୀଙ୍କୁ ବେଙ୍ଗାଲୁର ପଠାଇଛି ।

କଂଗ୍ରେସର ଏହି ରଣନୀତି ଦେଖି ବିଜେପି ସଜାଗ ହୋଇପଡିଛି । କାଳେ କଂଗ୍ରେସ ବିଜେପି ବିଧାୟକଙ୍କୁ ନିଜ ପଟକୁ ଟାଣିବ ସେହି ଆଶଙ୍କାରେ ଦଳ ନିଜ ସମସ୍ତ ବିଧାୟକଙ୍କୁ ଭୋପାଳ ବାହାରକୁ ପଠାଇଛି । ତେବେ ଦଳ ବିଧାୟକ ମାନଙ୍କୁ କେଉଁଠି କି ନେଇଛି ତାହା ଅସ୍ପଷ୍ଟ ରହିଛି । ମଙ୍ଗଳବାର ରାତି ପ୍ରାୟ 10 ଟା ବେଳେ ପାଞ୍ଚଟି ଅତ୍ୟାଧୁନିକ ବସ ଯୋଗେ ସୁରକ୍ଷା ସହ ଭୋପାଳ ବାହାରକୁ ପଠାଇଛି । ଯାହାର ନେତୃତ୍ବ ନେଇଛନ୍ତି ଏମପି ବିଜେପି ମୁଖ୍ୟ ।

ସବୁଠାରୁ ମଜାଦାର କଥା ହେଉଛି ବିଜେପି ବିଧାୟକ ମାନେ ଏପ୍ରସଙ୍ଗରେ ମୁହଁ ଖୋଲୁ ନାହାଁନ୍ତି । ବିଧାୟକ ମାନେ ଓଲଟା କହୁଛନ୍ତି ହୋଲି ପାଳନ ପାଇଁ ସେମାନେ ବାହାରକୁ ଯାଉଛନ୍ତି । ଆଉ କିଛି ବିଧାୟକ କହିଛନ୍ତି ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ନିର୍ଦ୍ଦେଶରେ ସେମାନେ ପାଳନ କରୁଛନ୍ତି । ବିଧାୟକଙ୍କୁ 16 ତାରିଖରେ ଭୋପାଳ ଅଣାଯିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details