ଓଡିଶା

odisha

ETV Bharat / bharat

ଛତିଶଗଡ-ଓଡିଶା ପୋଲିସର ଅମାନବୀୟ କାର୍ଯ୍ୟ, ଫସିଲେ ପ୍ରବାସୀ ଶ୍ରମିକ - ଫସିଲେ ପ୍ରବାସୀ ଶ୍ରମିକ

ବସରେ ପୂର୍ବରୁ ଅନେକ ଶ୍ରମିକ ରହିଥିଲେ । ଏବେ ଆହୁରି ଶ୍ରମିକ ଚଢିବାରୁ ଜାଗାର ଅଭାବ ଦେଖାଦେଇଥିଲା । ଫଳରେ ଦୁଇ ଡଜନରୁ ଅଧିକ ଶ୍ରମିକଙ୍କୁ ବସ ଛାତ ଉପରେ ବସାଇ ଦିଆଯାଇଥିଲା । ଅଧିକ ପଢନ୍ତୁ...

ଛତିଶଗଡ-ଓଡିଶା ପୋଲିସର ଅମାନବୀୟ କାର୍ଯ୍ୟ, ଫସିଲେ ପ୍ରବାସୀ ଶ୍ରମିକ
ଛତିଶଗଡ-ଓଡିଶା ପୋଲିସର ଅମାନବୀୟ କାର୍ଯ୍ୟ, ଫସିଲେ ପ୍ରବାସୀ ଶ୍ରମିକ

By

Published : May 25, 2020, 8:25 PM IST

ରାଞ୍ଚି: ଲକଡାଉନ 4ରେ ମାନବିକତାର ବିଭିନ୍ନ ଚେହେରା ସାମନାକୁ ଆସୁଛି । କେଉଁଠି ପ୍ରବାସୀ ଶ୍ରମିକଙ୍କଠାରୁ ଟଙ୍କା ନେଇ କିଏ ଖାଦ୍ୟ ଓ ପାଣି ଦେଉଛି । ପୁଣି କେଉଁଠି ଗୋଟିଏ ବସରେ ମାଗଣାରେ ଲୋକଙ୍କୁ ଠେଲି ପୁରାଇ ସେମାନଙ୍କ ଘରକୁ ପଠାଯାଉଛି । ଝାଡଖଣ୍ଡର ରାଞ୍ଚିରୁ ଏପରି ଏକ ଘଟଣା ସାମନାକୁ ଆସିଛି ।

ଛତିଶଗଡ-ଓଡିଶା ପୋଲିସର ଅମାନବୀୟ କାର୍ଯ୍ୟ, ଫସିଲେ ପ୍ରବାସୀ ଶ୍ରମିକ

କିପରି ଗୋଟିଏ ବସରେ ଓଭରଲୋଡିଂ ଯୋଗୁଁ ଶ୍ରମିକଙ୍କୁ ବିପଦର ସମ୍ମୁଖୀନ ହେବାକୁ ପଡିଛି ତାହା ଏଠାରେ ଦେଖିବାକୁ ମିଳିଛି । ରାଞ୍ଚି ଏବଂ ରାମଗଡ ଜିଲ୍ଲାର ସୀମାରେ ଏକ ବସ ସିକିଦିରୀ ଘାଟିରେ ଓଲଟି ପଡିଛି । ତେବେ ଏହି ଘଟଣା ପଛର କାହାଣୀ ଜାଣିଲେ ଛତିଶଗଡ ଓ ଓଡିଶା ପୋଲିସକୁ ଗାଳି କରି କରି ଆପଣ ଥକିଯିବେ । କାରଣ ସେମାନଙ୍କ ଅମାନବୀୟ କାର୍ଯ୍ୟ ଯୋଗୁଁ ଶ୍ରମିକମାନେ ଅଧିକ ଅସୁବିଧାରେ ପଡିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର କିଛି ଶ୍ରମିକ ମୁମ୍ବାଇରେ ରହୁଥିଲେ । ଲକଡାଉନ ସମୟର ସେମାନେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେମାନେ ଏକ ବସ ବୁକିଂ କରି ମୁମ୍ବାଇରୁ ଫେରୁଥିଲେ । ତେବେ ଯେତେବେଳେ ବସ ଛତିଶଗଡ ସୀମାରେ ପହଞ୍ଚିଲା ସେତେବେଳେ ସେଠାକାର ପୋଲିସ ବସ ଅଟକାଇ ଏଥିର ଆଉ କିଛି ବଙ୍ଗାଳୀ ଶ୍ରମିକଙ୍କୁ ପୁରାଇ ଦେଇଥିଲେ । ସେହିପରି ଓଡିଶା ସୀମାରେ ମଧ୍ୟ ପୋଲିସ ବସରେ ଫସିଥିବା କିଛି ପ୍ରବାସୀ ଶ୍ରମିକଙ୍କୁ ପୁରାଇ ଦେଇଥିଲା ।

ତେବେ ବସରେ ପୂର୍ବରୁ ଅନେକ ଶ୍ରମିକ ରହିଥିଲେ । ଏବେ ଆହୁରି ଶ୍ରମିକ ଚଢିବାରୁ ଜାଗାର ଅଭାବ ଦେଖାଦେଇଥିଲା । ଫଳରେ ଦୁଇ ଡଜନରୁ ଅଧିକ ଶ୍ରମିକଙ୍କୁ ବସ ଛାତ ଉପରେ ବସାଇ ଦିଆଯାଇଥିଲା । ବଡ କଷ୍ଟରେ ଶ୍ରମିକମାନେ ଆଡଜଷ୍ଟ କରି ନିଜ ଘର ଅଭିମୁଖେ ଆଗେଇଥିଲେ । ହେଲେ ରାଞ୍ଚି ଓ ରାମଗଡ ଜିଲ୍ଲା ସୀମାର ସିକିଦିରୀ ଘାଟିରେ ବସଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଫଳରେ ବସରେ ଥିବା 20 ଶ୍ରମିକଙ୍କୁ ଗମ୍ଭୀର ଆଘାତ ଲାଗିଥିଲା । ଏମାନଙ୍କୁ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ସେହିପରି ପ୍ରାୟ 25 ଜଣଙ୍କୁ ସାଧାରଣ ଆଘାତ ଲାଗିଛି । ଏମାନଙ୍କୁ ରାମଗଡ ଜିଲ୍ଲାର ଗୋଲାରେ ଚିକିତ୍ସା କରାଯାଉଛି । ଗୋଟିଏ ପଟେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବାକୁ ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ଏହାର ସୁଫଳ କିଛି ଲୋକଙ୍କୁ ମିଳୁନାହିଁ । ସେପଟେ ଯେଉଁମାନେ ନିଜ ଖର୍ଚ୍ଚରେ ଫେରୁଛନ୍ତି ସେମାନଙ୍କୁ ପୋଲିସ ହଇରାଣ କରୁଛି । ଫଳରେ ଏତେ ବଡ ଦୁର୍ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details