ଆଗ୍ରାରେ ହାଇଜାକ ହୋଇଥିବା ବସ୍ ଇଟାବାରୁ ଠାବ, ସମସ୍ତ ଯାତ୍ରୀ ସୁରକ୍ଷିତ - agra bus hijack

10:10 August 19
ଆଗ୍ରାରେ ହାଇଜାକ ହୋଇଥିବା ବସ୍ ଇଟାବାରୁ ଠାବ
ଆଗ୍ରା:ଉତ୍ତର ପ୍ରଦେଶର ଆଗ୍ରାରେ ହାଇଜାକ ହୋଇଥିବା ବସ୍ ଠାବ ହୋଇଛି । ଏହା ଇଟାବାରୁ ଠାବ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ ଯାତ୍ରୀଙ୍କୁ ଛାଡି ଦିଆଯାଇଛି । ସମସ୍ତ 34 ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏକ ଫାଇନାନ୍ସ କମ୍ପାନୀ ଏହି ବସକୁ ହାଇଜାକ କରିଥିବା କୁହାଯାଉଛି ।
ସୂଚନା ମୁତାବକ, ମଧ୍ୟପ୍ରଦେଶର ବସ ଚାଳକ ରମେଶ ସ୍ଲିପର ବସରେ 34 ଜଣ ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶରୁ ଗୁରୁଗ୍ରାମ ଯାତ୍ରା କରିଥିଲେ । ମଙ୍ଗଳବାର ରାତି 10.30ରେ ଦକ୍ଷିଣୀ ବାଇପାସର ରାୟଭା ଟୋଲ ପ୍ଲାଜା ନିକଟରେ ବସ ପହଞ୍ଚିବା ପରେ ସେଠାରେ ଦୁଇଟି କାରରେ 8ରୁ 9 ଜଣ ଯୁବକ ବସକୁ ଅଟକାଇଥିଲେ । ନିଜକୁ ଫାଇନାନ୍ସ କର୍ମଚାରୀ କହି ବସରେ ଚଢିଥିଲେ । ପରେ ଡ୍ରାଇଭରକୁ ଓହ୍ଲାଇଦେଇ ବସକୁ ନେଇଯାଇଥିଲେ ନେଇ ଆଜି(ବୁଧବାର) ମଲାପୁରା ଥାନାରେ ଡ୍ରାଇଭର ଜଣଙ୍କ ସୂଚନା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା ।
ଘଟଣାକୁ ନେଇ ଏସଏସପି ବବଲୁ କୁମାର କହିଛନ୍ତି, ‘ଡ୍ରାଇଭର ଓ ହେଲପରଙ୍କ ସୂଚନା ପରେ ଜିଲ୍ଲାରେ ଆଲର୍ଟ କରାଯାଇଥିଲା । ପଡୋଶୀ ଜିଲ୍ଲାର ଏସପିମାନଙ୍କୁ ମଧ୍ୟ ଘଟଣାର ସୂଚନା ଦିଆଯାଇଥିଲା ।’