ଓଡିଶା

odisha

ETV Bharat / bharat

ନାଳକୁ ଖସି ପଡ଼ିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ନାଳକୁ ଖସି ପଡ଼ିଲା ବସ

ଉଛୁଳା ନାଳକୁ ଖସି ପଡ଼ିଲା ବସ । ମାତ୍ର ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ମିଳିଛି । ବସଟି ଏକ ପୋଲ ଉପର ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନାଳ ମଧ୍ୟକୁ ଖସି ପଡ଼ିଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 31, 2019, 11:27 PM IST

ଭୋପାଳ: ପ୍ରବଳ ବର୍ଷା ଓ ବନ୍ୟା ବିତ୍ପାତରେ ମଧ୍ୟପ୍ରଦେଶରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବିଭିନ୍ନ ପ୍ରକାର ଅଘଟଣରେ ଅନେକଙ୍କ ଜୀବନ ହାନୀ ମଧ୍ୟ ଘଟିଲାଣି । ତେବେ ଶୁକ୍ରବାର ଏକ ବସ ଉଛୁଳା ନାଳରେ ଖସି ପଡ଼ିଥିବା ଜଣାପଡ଼ିଛି ।

ରାଜ୍ୟର ରତଲାମ ଜିଲ୍ଲାର ରୋଲା ଗାଁ ନିକଟ ଦେଇ ଯାଇଥିବା ଏକ ନାଳରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଉକ୍ତ ନାଳ ଉପରେ ନିର୍ମିତ ପୋଲ ଉପର ଦେଇ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ଏହି ସମୟରେ ଉକ୍ତ ପୋଲ ଦେଇ ଯାଉଥିବା ଏକ ବସ ନାଳ ମଧ୍ୟକୁ ଖସି ପଡ଼ିଥିଲା ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସେହି ସମୟରେ ବସରେ ପାଖାପାଖି 20 ଜଣ ଯାତ୍ରୀ ରହିଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ କାହାର ମୃତ୍ୟୁ ହୋଇନଥିବା ଜଣାପଡ଼ିଛି । ବସରେ ଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ଗ୍ରାମବାସୀମାନେ ଉଦ୍ଧାର କରିଥିଲେ । ତେବେ ପୋଲ ଉପରେ ଥିବା ଏକ ବଡ଼ ଗାତ ଯୋଗୁଁ ଏହି ଅଘଟଣ ଘଟିଥିଲା । ଜଣେ ଗ୍ରାମବାସୀଙ୍କ କହିବା ମୁତାବକ ଜାବରାରୁ ସୀତାମଉକୁ ସଂଯୋଗ କରୁଥିବା ଏହି ନାଳ ଉପରେ ପୋଲ ନିର୍ମାଣ କରାଯାଇଥିଲା ।

ତେବେ ଏହି ପୋଲକୁ ଦୀର୍ଘ ଦିନ ହୋଇଥିବାରୁ ଏଥିରେ ବିଭିନ୍ନ ପ୍ରକାର ଖାଲଖମା ସୃଷ୍ଟି ହୋଇଛି । ଫଳରେ ଯାତ୍ରୀମାନେ ବିଭିନ୍ନ ସମୟରେ ଏଭଳି ଅଘଟଣର ସମ୍ମୁଖିନ ହେଉଛନ୍ତି । ବସଟି ମଧ୍ୟ ପୋଲରେ ସୃଷ୍ଟି ଖାଲରେ ପଡ଼ିଯିବାରୁ ଭାରସାମ୍ୟ ହରାଇ ନାଳ ମଧ୍ୟକୁ ଖସି ପଡ଼ିଥିଲା । ତେବେ ଅଘଟଣ ପରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଗ୍ରାମବାସୀଙ୍କ ସହାୟତାରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା ।

ABOUT THE AUTHOR

...view details