ଭୋପାଳ: ନଦୀକୁ ବସ ଖସି ପଡିବାରୁ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 36 ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲା ଦେଇ ଦେଇ ପ୍ରବାହିତ ରିଛନ ନଦୀରେ ।
ନଦୀକୁ ଓଲଟିଲା ବସ; 5 ମୃତ, 36 ଗୁରୁତର - 36 injured in mp bus accident
ନଦୀକୁ ବସ ଖସି ପଡିବାରୁ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 36 ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲା ଦେଇ ପ୍ରବାହିତ ରିଛନ ନଦୀରେ ।
![ନଦୀକୁ ଓଲଟିଲା ବସ; 5 ମୃତ, 36 ଗୁରୁତର](https://etvbharatimages.akamaized.net/etvbharat/prod-images/768-512-4632615-thumbnail-3x2-collagejpeg.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ଗତ ବୁଧବାର ଏକ ବସ ଇନ୍ଦୋରରୁ ଛତରପୁରକୁ ଯାଉଥିଲା । ବିଳମ୍ବିତ ରାତି 2ଟା ସମୟରେ ହଠାତ୍ ବସଟି ନିୟନ୍ତ୍ରଣ ହରାଇ ରିଛନ ନଦୀ ମଧ୍ୟକୁ ଖସି ପଡିଥିଲା । ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 36 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏ ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ବସରୁ ବାହାରକୁ ବାହାର କରିଥିଲେ । ପରେ ପୋଲିସ ଏବଂ ପ୍ରଶାସନ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲକୁ ପଠାଇଥିଲା ।