ମାଙ୍ଗାଲୁରୁ: କୋରୋନା ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଭିନ୍ନ ଦୋକାନ ବଜାର, ସେବା ଖୋଲିଥିବାବେଳେ ଲୋକେ ଅଧିକ ସଚେତନ ହୋଇଛନ୍ତି । ତେବେ ବହୁ ଜାଗାରେ ଲୋକଙ୍କ ଅପେକ୍ଷା ବ୍ୟବସାୟ କରୁଥିବା ଲୋକ ବେଶୀ ପ୍ରତିଷେଧକ ବ୍ୟବସ୍ଥା ଆପଣାଇଥିବା ଦେଖିବାକୁ ମିଳିଛି ।
କର୍ଣ୍ଣାଟକର ମାଙ୍ଗାଲୁରୁରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ବସ୍ କଣ୍ଡକ୍ଟର ପୁରା ପିପିଇ କିଟ୍ସ ପିନ୍ଧି ଟିକେଟ୍ କାଟୁଥିବା ଦେଖାଯାଇଛି । କିଛି ଲୋକ କେବଳ ମାସ୍କ ଓ ସାନିଟାଇଜର ବ୍ୟବହାର କରୁଥିବାବେଳେ କଣ୍ଡକ୍ଟର ଜଣକ ପୁରା କିଟ୍ସ କିଣିଆଣିଛନ୍ତି । ମାଙ୍ଗାଲୁରୁର ଷ୍ଟେଟ ବ୍ୟାଙ୍କରୁ ଶକ୍ତିନଗର ଯାଉଥିବା ଘରୋଇ ବସରେ ଏହି କଣ୍ଡକ୍ଟର ଜଣକ କାମ କରନ୍ତି ।