ଓଡିଶା

odisha

ETV Bharat / bharat

ଖାଇକୁ ଖସି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ 70 ଯାତ୍ରୀ - up

ଖାଇକୁ ଖସି ଜଳିଗଲା ଯାତ୍ରୀବାହୀ ବସ । ପୋଲିସ ଘଟଣାସ୍ଥଳରୁ ପ୍ରାୟ 70 ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରତିକାତ୍ମକ ଫଟୋ

By

Published : Jun 7, 2019, 11:02 PM IST

ଲକ୍ଷ୍ନୌ: ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡିବା ପରେ ହଠାତ ଜଳିଗଲା ବସ । ଘଟଣାସ୍ଥଳରୁ ଉଦ୍ଧାର ହେଲେ ବସରେ ଥିବା ପ୍ରାୟ 70 ଯାତ୍ରୀ । ଉତ୍ତରପ୍ରଦେଶ ଜୋନପୁରରେ ଘଟିଛି ଏହି ଘଟଣା।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଠିକ ସମୟରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ହେଲେ ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି ।

For All Latest Updates

ABOUT THE AUTHOR

...view details