ଓଡିଶା

odisha

ଜଳିଗଲା 500 ଟଙ୍କିଆ ନୋଟରେ ଭର୍ତ୍ତି ଟ୍ରକ

By

Published : Apr 23, 2019, 1:41 AM IST

ନିର୍ବାଚନର ଦିନକ ପୂର୍ବେ ଜମ୍ମୁ-କାଶ୍ମୀରରେ 500 ଟଙ୍କିଆ ନୋଟରେ ଭର୍ତ୍ତି ଏକ ଟ୍ରକରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି ।

ପ୍ରତିକାତ୍ମକ ଫଟୋ

ଶ୍ରୀନଗର: ଚାଲିଛି ଗଣତନ୍ତ୍ରର ମହାପର୍ବ । ସରିଲାଣି ଦୁଇଟି ପର୍ଯ୍ୟାୟରେ ମତଦାନ । ତୃତୀୟ ପର୍ଯ୍ୟାୟ ପାଇଁ ସଜବାଜ ହେଉଛନ୍ତି ନେତା, ପାର୍ଟି ଆଉ ଭୋଟର । ତେବେ ଜମ୍ମୁ-କାଶ୍ମୀରରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଠିକ୍ ଏହି ସମୟରେ ଜମ୍ମୁ-କାଶ୍ମୀରରେ 500 ଟଙ୍କିଆ ନୋଟରେ ଭର୍ତ୍ତି ଏକ ଟ୍ରକରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି ।

କୁହାଯାଉଛି ଯେ ଏହି ଟ୍ରକଟି ଶ୍ରୀନଗରୁ ଜମ୍ମୁକୁ ଯାଉଥିଲା । ଏଠାରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତେବେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ କରିଛି । ଟ୍ରକରେ ନଗଦ ଟଙ୍କା ଥିବା କଥା ପୋଲିସ ସ୍ପଷ୍ଟୀକରଣ କରିଛି । କିନ୍ତୁ ଟ୍ରକରେ କିପରି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ABOUT THE AUTHOR

...view details