ଓଡିଶା

odisha

ETV Bharat / bharat

ବୁରାରୀର ଅଭିଶପ୍ତ ଘର ଏବେ ମେଡିସିନ ଷ୍ଟୋର - ନୂଆଦିଲ୍ଲୀ

ପୁରା ଦେଶକୁ ଦୋହଲାଇ ଦେଇଥିବା ବୁରାରୀର ଅଭିଶପ୍ତ ଘର ଏବେ କେଉଁ ଅବସ୍ଥାରେ । ଅଧିକ ପଢନ୍ତୁ...

ବୁରାରୀର ଅଭିଶପ୍ତ ଘର ଏବେ ମେଡିସିନ ଷ୍ଟୋର
ବୁରାରୀର ଅଭିଶପ୍ତ ଘର ଏବେ ମେଡିସିନ ଷ୍ଟୋର

By

Published : Dec 30, 2019, 5:06 AM IST

ନୂଆଦିଲ୍ଲୀ: ଗତବର୍ଷ ଜୁଲାଇରେ ଘଟିଥିବା ବୁରାରୀ ଗଣଆତ୍ମହତ୍ୟା ଘଟଣା କାହାରି ମନରୁ ଲିଭିନି । କାରଣ ଗୋଟିଏ ଘରେ ଏକାସାଥୀରେ 11ଜଣଙ୍କ ମୃତଦେହ ମିଳିବା ଛୋଟକଥା ନୁହେଁ । ପୁରା ଦେଶକୁ ଦୋହଲାଇ ଦେଇଥିଲା ଏହି ଘଟଣା । ପୋଷ୍ଟ ମର୍ଟମ ରିପୋର୍ଟରୁ ସମସ୍ତେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା ।

ତେବେ ସେହି ଘର ଏବେ କେଉଁ ଅବସ୍ଥାରେ । ଆମେ କହି ରଖୁଛୁ ସେହି ଘରକୁ ଏବେ ଜଣେ ମେଡିସିନ ଷ୍ଟୋର ମାଲିକ ନେଇଛନ୍ତି । ନିଜର ମେଡିସିନ ଷ୍ଟୋର ଖୋଲିବା ସହ ଏହା ମଧ୍ୟ କହିଛନ୍ତି ଯେ, ସେ ଭୂତ ପ୍ରେତ ଭୟରେ ଆଦୌ ବିଶ୍ବାସ ରଖନ୍ତି ନାହିଁ ।

ଅନ୍ୟପଟେ ହିନ୍ଦୁ ଧର୍ମରେ କୌଣସି କାର୍ଯ୍ୟ ଶୁଭାରମ୍ଭ କରିବା ଆଗରୁ ପୂଜା ପାଠ କରାଯାଏ । ତେବେ ନିଜ ମେଡିସିନ ଷ୍ଟୋର ଆରମ୍ଭରୁ କେବଳ ପୂଜା କରିଛନ୍ତି ବୋଲି କହିଛନ୍ତି ମେଡିସିନ ଷ୍ଟୋର ମାଲିକ ।

ABOUT THE AUTHOR

...view details