ନୂଆଦିଲ୍ଲୀ: ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଲାଇଥିବା ନୂଆଦିଲ୍ଲୀର ବୁରାଡି ଗଣ ଆତ୍ମହତ୍ୟା ମାମଲାରେ ମିଳିଥିବା ରେଜିଷ୍ଟରକୁ ପରିବାର ସଦସ୍ୟ ଲେଖିଛନ୍ତି ବୋଲି ଦିଲ୍ଲୀ ପୁଲିସର ଅପରାଧ ଶାଖାକୁ ମିଳିଥିବା ହସ୍ତ ଲିଖନରୁ ସ୍ପଷ୍ଟ ହୋଇଛି । ବିଶେଷ କରି ଏହାକୁ ପରିବାରର ଦୁଇ ଜଣ ପିଲା ଲେଖିଥିବା ଜଣାପଡିଛି ।
ବୁରାଡୀ ଗଣ ଆତ୍ମହତ୍ୟା ମାମଲା: ପରିବାର ସଦସ୍ୟ ଲେଖିଥିଲେ ରେଜିଷ୍ଟର - ହସ୍ତଲିଖନ ରିପୋର୍ଟ
ଆସିଲା ବୁରାଡୀ ଗଣ ଆତ୍ମହତ୍ୟା ଘଟଣାରେ ପରିବାର ସଦସ୍ୟଙ୍କ ହସ୍ତଲିଖିତ ରିପୋର୍ଟ । ଅଧିକାଂଶ ରେଜିଷ୍ଟର ପରିବାରର ଦୁଇ ପିଲା ଲେଖିଥିଲେ ।
ଡିଜାଇନ ଫଟୋ
ଗତବର୍ଷ ଜୁଲାଇ 1ରେ ବୁରାଡୀରେ ଗୋଟିଏ ପରିବାରର 11 ଜଣ ସଦସ୍ୟ ଆସ୍ଥା ନାମରେ ଆତ୍ମହତ୍ୟା କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ବୁରାଡୀ ପୋଲିସ ମାମଲାକୁ ଆଇପିସି ଧାରା 302ରେ ରୁଜ୍ଜୁ କରିଥିଲା । ପରେ ମାମଲାର ଯାଞ୍ଚ ଅପରାଧ ଶାଖାକୁ ହସ୍ତାନ୍ତର କରାଯାଇଥିଲା । ଘଟଣା ସ୍ଥଳରୁ 13ଟି ରେଜିଷ୍ଟର ମିଳିଥିବା ଅପରାଧ ଶାଖାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ପରିବାରର ସମସ୍ତ 11 ଜଣ ସଦସ୍ୟଙ୍କ ହସ୍ତଲିଖନ ନମୁନା ପଠାଯାଇଥିଲା । ରିପୋର୍ଟରୁ ଜଣା ପଡିଛି ଯେ ଅଧିକାଂଶ ରେଜିଷ୍ଟର ଦୁଇ ପିଲା ହିଁ ଲେଖିଛନ୍ତି । ବର୍ତ୍ତମାନ ପୋଲିସ ପରିବାର ସଦସ୍ୟଙ୍କ ମୋବାଇଲ ରିପୋର୍ଟକୁ ଅପେକ୍ଷା କରିଛି ।