ଜୟପୁର: ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ । ମଣିଷ ହୁଅନ୍ତୁ ଅବା ପଶୁପକ୍ଷୀ, ସମସ୍ତଙ୍କ ଉପରେ ଦାଉ ସାଧୁଛି ବର୍ଷା । ନିକଟରେ ରାଜସ୍ଥାନର ବିସନପୁରା ଗ୍ରାମରେ ପ୍ରବଳ ବର୍ଷା କାରଣରୁ ପାଣି ସୁଅରେ କିଛି ଗାଈ ଭାସିଯାଇଛନ୍ତି । ଯାହାର ଭିଡ଼ିଓ ଏବେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।
ବନ୍ୟା ସୁଅରେ ଭାସିଗଲେ ଗୋରୁପଲ - ଦାଉ ସାଧିଛି ବର୍ଷା
ମଣିଷ ହେଉ ଅବା ପଶୁ, ସମସ୍ତଙ୍କ ଉପରେ ଦାଉ ସାଧିଛି ବର୍ଷା । ଫଳରେ ଅନେକ ଧନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଆଜି ରାଜସ୍ଥାନର ବାଁସନା ନାଳର ବନ୍ୟା ସୁଅରେ ଗୋଟିଏ ଗୋରୁପଲ ଭାସିଯାଇଥିବା ଜଣାପଡ଼ିଛି । ତେବେ ସେମାନଙ୍କୁ ଉଦ୍ଧାର କରିବାକୁ ଗ୍ରାମବାସୀମାନେ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି ।
ପ୍ରବଳ ବର୍ଷା କାରଣରୁ ବିସନପୁରା ଗ୍ରାମ ନିକଟସ୍ଥ ବାଁସଲା ନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସକାଳୁ ଏହି ନାଳର ଜଳସ୍ତର ବୃଦ୍ଧି ପାଇ ପୋଲ ଉପର ଦେଇ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ଫଳରେ ଯାତାୟତ ଏକ ପ୍ରକାର ଠପ ହୋଇଯାଇଥିଲା । ତେବେ ଉକ୍ତ ରାସ୍ତା ଦେଇ ଆଜି ସକାଳେ କିଛି ଗାଈ ନାଳ ପାର ହେବାକୁ ଚେଷ୍ଟା କରିଥିଲେ ।
ମାତ୍ର ବନ୍ୟା ପାଣିର ସୁଅର ପ୍ରଖରକୁ ଅତିକ୍ରମ କରି ନପାରି ଉକ୍ତ ନାଳରେ ଭାସି ଯାଇଥିଲେ । ଫଳରେ କିଛି ବାଟ ଆସିବା ପରେ ଗାଈମାନେ ବନ୍ୟା ସୁଅରେ ଭାସି ଯାଇଥିଲେ । ଆଖିପିଛୁଳାକେ ଗାଈପଲ ଭାସି ଯାଇଥିଲେ । ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରିବା ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।