ଜୟପୁର: ରାଜସ୍ଥାନରେ ବରଯାତ୍ରୀ ବସ ଦୁର୍ଘଟଣା ଘଟଣା । ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଘୋଷଣା କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମୁଖ୍ୟମନ୍ତ୍ରୀଙ୍କ ଫାଣ୍ଠିରୁ ପ୍ରତି ମୃତକଙ୍କ ପରିବାକୁ 2 ଲକ୍ଷ ଟଙ୍କା ଓ ଆହତଙ୍କୁ 1 ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯିବ ।
ବରଯାତ୍ରୀ ବସ ଦୁର୍ଘଟଣା ଘଟଣା: ମୃତକଙ୍କ ପରିବାରକୁ 2ଲକ୍ଷ କ୍ଷତିପୂରଣ - ବୁନ୍ଦି ବସ ଦୁର୍ଘଟଣା
ରାଜସ୍ଥାନ ବରଯାତ୍ରୀ ବସ ଦୁର୍ଘଟଣା ଘଟଣା । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧିକ ପଢନ୍ତୁ...
ରାଜସ୍ଥାନ ବରଯାତ୍ରୀ ବସ ଦୁର୍ଘଟଣା
ସୂଚନାଯୋଗ୍ୟ, ଏକ ବିବାହ ଉତ୍ସବରେ ଯୋଗ ଦେଇ ଏକ ବସ କୋଟାରୁ ସୱାଇମାଧୋପୁରକୁ ଯାଉଥିବାବେଳେ ନଦୀକୁ ଖସି ଯାଇଥିଲା । ବସଟିରେ 28ଜଣ ଯାତ୍ରୀ ଥିବାବେଳେ 24 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବସ ଚାଳକର ଆଖି ଲାଗି ଯାଇଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ