ଓଡିଶା

odisha

ETV Bharat / bharat

ଟାଟା ଷ୍ଟିଲର ବମ୍ପର ବୋନସ, ଦେବ 240 କୋଟି

ଝାଡଖଣ୍ଡର ଜାମସେଦପୁରସ୍ଥିତ ଟାଟା ଷ୍ଟିଲ ପକ୍ଷରୁ କର୍ମଚାରୀଙ୍କୁ ବମ୍ପର ବୋନସ ସୁବିଧା। କମ୍ପାନୀ ପକ୍ଷରୁ ପ୍ରାୟ 13 ହଜାର 675 ଜଣ କର୍ମଚାରୀଙ୍କୁ 239 କୋଟି 61 ଲକ୍ଷ ଟଙ୍କାର ବୋନସ ଦିଆଯିବ ବୋଲି ଜଣାପଡ଼ିଛି।

By

Published : Sep 25, 2019, 1:54 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାଞ୍ଚି: ଟାଟା ଷ୍ଟିଲ କର୍ମଚାରୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ କମ୍ପାନୀ ପକ୍ଷରୁ ମିଳିବ ବମ୍ପର ବୋନସ । କମ୍ପାନୀ ଚଳିତ ବର୍ଷ ପାଖାପାଖି 240 କୋଟି ଟଙ୍କାର ବୋନସ ଦେବ ବୋଲି ନିଷ୍ପତ୍ତି ନେଇଛି । ଏହି ବୋନସ କମ୍ପାନୀର 13 ହଜାର 675 କର୍ମଚାରୀ ପାଇବେ ।

ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡର ଜାମସେଦପୁରରେ ଥିବା ଟାଟାର ଷ୍ଟିଲ ପ୍ଲାଣ୍ଟ ତାର କର୍ମଚାରୀଙ୍କୁ ଏହି ବୋନସ ଦେବ । 2018-19 ବର୍ଷ ପାଇଁ ଏହି ବୋନସ ମିଳିବ । ଏନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଥିବା ବେଳେ ପ୍ଲାଣ୍ଟର ଏମଡ଼ି ଟିବି ନରେନ୍ଦ୍ରନ, ପ୍ରେସିଡେଣ୍ଟ ଆନନ୍ଦ ସେନ, ବିପି ଏଚଆରଏମ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସ୍ବୀକୃତି ଦେଇଥିବା ଜଣାପଡ଼ିଛି ।

ଏହି କମ୍ପାନୀରେ ପାଖାପାଖି 13 ହଜାର 675 ଜଣ କର୍ମଚାରୀ ସମସ୍ତ ବିଭାଗରେ କାର୍ଯ୍ୟକରୁଥିବା ଜଣାପଡ଼ିଛି । ସେମାନଙ୍କ ପଦ ଓ ମାସିକ ଦରମା ଅନୁଯାୟୀ ସେମାନଙ୍କୁ ଏହି ବୋନସ ରାଶି ମିଳିବ । ତେବେ ସର୍ବନିମ୍ନ 34 ହଜାର 764 ଟଙ୍କା ମିଳିବାକୁ ଥିବାବେଳେ ସର୍ବାଧିକ 2ଲକ୍ଷ 68 ହଜାର 767 ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।

ଏନେଇ ଟାଟା କାର୍ମିକ ସଙ୍ଗଠନର ଅଧ୍ୟକ୍ଷ ରବିପ୍ରସାଦ କହିଛନ୍ତି କି, କର୍ମଚାରୀ ୟୁନିଅନ ଏବଂ କମ୍ପାନୀ କର୍ମଚାରୀଙ୍କ ଭବିଷ୍ୟତ ପାଇଁ ଏହି ବୋନସ ନିଶ୍ଚିତ ପକ୍ଷେ ସହାୟକ ହେବ । କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହିତ ଏହି ବୋନସ ନେଇ ଆଲୋଚନା ହୋଇଥିଲା । କମ୍ପାନୀ ଏହି ବୋନସ ଦେବାକୁ ରାଜି ହୋଇଥିଲା । ତେବେ ବୋନସ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details