ଲକ୍ଷ୍ନୌ: ଥମିବାର ନାଁ ନେଉନି ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଯୌନ ନିର୍ଯାତନା ଭଳି ଅସାମାଜିକ କାର୍ଯ୍ୟ । ଅଧିକାଂଶ ସମୟରେ ତ ନାବାଳିକାଙ୍କୁ ଦୁଷ୍କର୍ମ ଖବର ଶୁଣିବାକୁ ମିଳୁଥିଲା, ହେଲେ ଚିତ୍ର ଏବେ କିଛି ଅଲଗା ଆସିଛି । ଜଣେ 8 ବର୍ଷର ବାଳକଙ୍କୁ ମହିଳା ଟ୍ୟୁସନ ଶିକ୍ଷୟିତ୍ରୀ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଛି । ଏନେଇ ବାଳକଙ୍କ ମାଆ ଶିଶୁ ଅଧିକାର କାର୍ଯ୍ୟକର୍ତ୍ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ବୁଲନ୍ଦଶହରର ଯମୁନାପୁରମରେ ରହୁଥିବା ଜଣେ 8 ବର୍ଷର ବାଳକଙ୍କୁ ମହିଳା ଟ୍ୟୁସନ ଶିକ୍ଷୟିତ୍ରୀ ଅତ୍ୟଧିକ ମଦ୍ୟପାନ କରି ଯୌନ ନିର୍ଯାତନା ଦେଉଥିଲେ। ବାଳକଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କ ମାଆ ପୋଲିସରେ ଖବର ଦେଇଥିଲେ । ଏଥିସହ ତାଙ୍କ ମାଆ ପୁଅର ନ୍ୟାୟ ପାଇବା ପାଇଁ ଗତ ଏକ ବର୍ଷ ଧରି ଜିଲ୍ଲା ଅଧିକାରୀଙ୍କୁ ଭେଟିଥିବା ଅଭିଯୋଗରେ ଦର୍ଶାଇଛନ୍ତି।